Thu. Oct 23rd, 2025

ନ୍ୟୁଜ ଡେକ୍ସ : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ବସରେ ମାଗଣା ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ନିଜର ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ ଯାଇପାରିବେ ।

ଏହାସହ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ପାଠ୍ୟ ପୁସ୍ତକ ଦିଆଯିବ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ । NCERT ଢ଼ାଞ୍ଚାରେ SCERTକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ ।

ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍‌ ଦିଆଯିବଏନସିଇଆରଟି ଢାଞ୍ଚାରେ ଏସସିଇଆରଟିକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ। ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *