Thu. Oct 23rd, 2025

ନ୍ୟୁଜ ଡେକ୍ସ : ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି । ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ ସୂଚନା । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଗାଡ଼ି ହଟିଲେ ଜାଗା ସଫା ହେବ ଏବଂ ରାଜସ୍ବ ବଢିବ କହିଲେ ମେୟର୍ ।

ଗାଡ଼ି ହଟିଲେ ଉକ୍ତ ସ୍ଥାନ ସଫା ହେବ ଏବଂ ଏହା ଦ୍ବାରା ରାଜସ୍ବ ବଢିବ । ଏନେଇ ପୋଲିସ୍ କମିଶନରକୁ ଚିଠି କରିବ ଭୁବନେଶ୍ୱର ମହାନଗର ନିଗମ । ଥାନା ସହ ବିଏମ୍‌ସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାବ୍ ହେବ ବୋଲି ମେୟର୍ କହିଛନ୍ତି ।ଗାଡ଼ି ସ୍କ୍ରାପିଂକୁ ନେଇ ବିଏମ୍‌ସି କମିଶନର ଚଞ୍ଚଲ ରାଣା କହିଛନ୍ତି, ଅଚଳ ଗାଡ଼ିକୁ ପକାଇ ନ ରଖି ଏହାକୁ ସ୍କ୍ରାପିଂ କରାଯିବ ।

ଗାଡ଼ି ହଟିଲେ ବହୁତ ମୂଲ୍ୟବାନ ଜାଗାର ଉପଯୋଗ ହୋଇପାରିବ । ବିଏମ୍‌ସି ସହରରୁ ବାହାରୁଥିବା ବର୍ଜ୍ୟକୁ ନେଇ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି(ଏମଆରଏଫ୍‌)ରେ ପ୍ରକ୍ରିୟାକରଣ କରୁଛି । ଏହି ଢାଞ୍ଚାରେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ଏହାର ସାମଗ୍ରୀକୁ ଅନ୍ୟତ୍ର ଉପଯୋଗ କରାଯିବ ।

Leave a Reply

Your email address will not be published. Required fields are marked *