ନ୍ୟୁଜ ଡେକ୍ସ :ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ନେଇ ଉତ୍କଣ୍ଠା ବଢିଛି । ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର କରାଯିବ । ୮ ଶହ ଏକରରୁ ନୂଆ ସିଟି ପ୍ରୋଜେକ୍ଟରେ ରହିଛି ୭୦ ପ୍ରତିଶତ ସରକାରୀ ଜାଗା ।
ଫରେଷ୍ଟ ଜାଗା ୨ ଶହ ଏକର । ସିଙ୍ଗାପୁର ସରକାର ଉକ୍ତ ଟାଉନସିପର ଡ୍ରଇଂ ଡିଜାଇନ୍ ଏବଂ ଲେଆଉଟ୍ ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଦୁଇ ମାସ ମଧ୍ୟରେ ଡିପିଆର ରାଜ୍ୟ ସରକାରଙ୍କୁ ଉପସ୍ଥାପିତ କରାଯିବ । ଆଗାମୀ ପ୍ରକଳ୍ପରେ ପାର୍କ, ହସ୍ପିଟାଲ, ଲୋକଙ୍କ ପାଇଁ ବାସଗୃହ, ଶିଳ୍ପ କ୍ଷେତ୍ରକୁ ନୂଆ ସହ ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାର ଡିପିଆର ସିଙ୍ଗାପୁର ସରକାର ପ୍ରସ୍ତୁତ କରୁଥିବା ବେଳେ ଆବଶ୍ୟକ ଅର୍ଥ ସେମାନଙ୍କୁ ଦିଆଯାଇଛି ।
ଆସନ୍ତା ଏକ ମାସରୁ ଦୁଇ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର । ସହର ବୃଦ୍ଧି ସହ ସହରକୁ ରି-ଡେଭଲପମେଣ୍ଟ ମଧ୍ୟ କରିବାକୁ ଆମେ ଯୋଜନା କରୁଛି ବୋଲି କହିଛନ୍ତି ।ମଧ୍ୟ ଗୁରୁତ୍ୱ ଦିଆଯିବ । ୩ ଶହ କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ ନିକୋ ପାର୍କ ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
