ନ୍ୟୁଜ ଡେକ୍ସ : ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ନଭେମ୍ବର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିବା ନେଇ OSSSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସବୁ ଜିଲ୍ଲାରେ ପରୀକ୍ଷା ହେବା ନେଇ ସୂଚନା ଜାରି କରାଯାଇଛି ।
ପରୀକ୍ଷା ତାରିଖ, ସ୍ଥାନ ଏବଂ କେନ୍ଦ୍ର ସମ୍ପର୍କିତ ତଥ୍ୟ ପ୍ରବେଶ ପତ୍ରରେ ଉଲ୍ଲେଖ କରାଯିବ । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି।ସୋମବାର ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲାରେ କମ୍ବାଇନ୍ଡ୍ ନିଯୁକ୍ତି ପରୀକ୍ଷା-2023 (IV) ଅଧୀନରେ କମ୍ବାଇନ୍ଡ୍ ନିଯୁକ୍ତି ପରୀକ୍ଷା (CBT) ମୋଡରେ ପରୀକ୍ଷା କରାଯିବ।
ପରୀକ୍ଷା ଅକ୍ଟୋବର ୮ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ପ୍ରାର୍ଥୀମାନେ ସେମାନଙ୍କର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି OSSSC ୱେବସାଇଟ୍ – www.osssc.gov.in – ରୁ ସେମାନଙ୍କର ପ୍ରବେଶ ପତ୍ର ପାଇପାରିବେ। ହାଇକୋର୍ଟ ଏହାର ସାନି ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।
