Fri. Oct 24th, 2025

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଶାଗୁଣା। ଯାହାକୁ ଦେଖି ଛାନିଆ ଭକ୍ତ। ଏହାସହ ଅନେକ ଏହାକୁ ମହାପ୍ରଭୁଙ୍କ ଅଶୁଭ ସଙ୍କେତ ବୋଲି କହୁଛନ୍ତି।

ରିପୋର୍ଟ ଅନୁସାରେ, ଶାଗୁଣାଟି ପ୍ରଭୁ ଜଗନ୍ନାଥ ମନ୍ଦିର ଉପରେ କିଛି ସମୟ ପାଇଁ ଉଡ଼ିଥିଲା ଏବଂ ତା’ପରେ ପତିତପାବନ ବାନା ଉପରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲା। ତେବେ ସୂଚନା ମୁତାବକ, ଶ୍ରୀମନ୍ଦିରରେ ମଙ୍ଗଳବାର ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ନୀଳଚକ୍ର ଉପରେ ହଠାତ୍‌ ଏକ ଚିଲ ବସିଥିବା ଦେଖାଯାଇଥିଲା ।

ପତିତପାବନବାନା ଉପରେ ଚିଲଟି ବସିଥିଲା । ଦୀର୍ଘ ସମୟ ଧରି ନୀଳଚକ୍ର ଉପରେ ଚିଲଟି ବସିବା ପରେ ସେଠାରୁ ଉଡି ଯାଇଥିଲା । ବଡଦାଣ୍ଡରେ ଲୋକେ ଏକାଠି ହୋଇ ଚିଲଟି ବସିଥିବାର ଦୃଶ୍ୟ ଦେଖିବା ସହ କେହି କେହି ମୋବାଇଲରେ ଫଟୋ ଓ ଭିଡିଓ କରିଥିଲେ ।

Leave a Reply

Your email address will not be published. Required fields are marked *