ନ୍ୟୁଜ ଡେକ୍ସ : ଆଗକୁ ରାଜ୍ୟରେ ଅଧିକ ଗଡ଼ିବ ଇ-ବସ୍। ପରିବେଶ ସୁରକ୍ଷା ପାଇଁ ଆଗକୁ ଅଧିକ ଇ-ବସ୍ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି। ଯଦି ଦେଖିବା ଏବେ ରାଜ୍ୟରେ ପାଖାପାଖି ୧୦୦୦ଟି ଇ-ବସ୍ ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର ୨୦୦ଟି e-ବସ୍ ଆଣିବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।
ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି e-ବସ୍ ପ୍ରଦାନ କରିବେ। ମୋଟ ୬୦୦ଟି e-ବସ୍ ଜନସାଧାରଣଙ୍କ ସେବାରେ ଲାଗିବ। ଏବେ ୨୫ଟି e-ବସ୍ ଆସୁଛି, ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ। ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ e-ବସ୍ ପ୍ରଦାନ କରାଯିବ ବୋଲି ସୂଚନା ଦେଲେ ମନ୍ତ୍ରୀ। ଇ-ବସ୍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି।
ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍ ଚଳାଚଳ କରୁଛି।ଓଡ଼ିଶାର ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (କ୍ରୁଟ୍) ଏହି ସହାୟତାର ଲାଭ ଉଠାଇବାରେ ସକ୍ରିୟ ରହିଛି, ଏବଂ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଏବଂ ଅନୁଗୁଳକୁ “ଆମ ବସ” ସେବାର ସମ୍ପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି ।
