ନ୍ୟୁଜ ଡେକ୍ସ : କୋଲକାତା ଅଭିମୁଖେ ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ଭୁବନେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ ଅବତରଣ କରିପାରିଲାନି ବିମାନ।
ତେବେ ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଚାରି ଦିନିଆ ସରକାରୀ ଗସ୍ତରୁ ନୂଆଦିଲ୍ଲରୁ ଫେରିବା ସମୟରେ ତାଙ୍କ ବିମାନ ପ୍ରତିକୂଳ ଅବତରଣ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଭୁବନେଶ୍ବରରେ ଅବତରଣ କରିବା ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ବିମାନକୁ ବାଧ୍ୟ ହୋଇ କୋଲକାତାକୁ ଡାଇଭର୍ଟ କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ରାଜଧାନୀରେ ପାଗ ଖରାପ ଯୋଗୁଁ, ମୁଖ୍ୟମନ୍ତ୍ରୀଙ୍କ ବିମାନ କୋଲକାତା ଅଭିମୁଖେ ଯାଇଛି । ତେଣୁ ଏହା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ।
