Thu. Oct 23rd, 2025

ନ୍ୟୁଜ ଡେକ୍ସ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ଗ୍ରାମପଞ୍ଚାୟତ ସଦରରେ ଗଣେଶ ଭସାଣି ବେଳେ ଏକ ଅଘଟଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ତେବେ ସୂଚନା ମୁତାବକ, ମାଝୀଗୁଡା ଗ୍ରାମରେ ଗଣେଶ ପୂଜା ଆଡ଼ମ୍ବରରେ ପାଳନ କରାଯାଇଥିଲା।

ଶୁକ୍ରବାର ସନ୍ଧ୍ୟା ଛଅ ଘଣ୍ଟା ସମୟରେ ବାଣ ରୋଷଣୀ ନେଇ ଗଣେଶ ମୂର୍ତ୍ତି ବିସର୍ଜନରେ ବାହାରିଥିଲେ। ଗଣେଶ ପୂଜା ଭସାଣି ସମୟରେ ଡିଜେ ଡିଜେ ସାଉଣ୍ଡର ତୀବ୍ରତା କାରଣରୁ ୩୦ ବର୍ଷୀୟ ସରୋଜ କୁମାର ଖରାଙ୍କର ମୃତ୍ୟ ହୋଇଥିବା ଜଣାପଡ଼ିଛିI ରଇତକଲୋନି ପୋଷ୍ଟ ଅଫିସ ଲାଇନରେ ତାଙ୍କ ଘର।

ଘଟଣା ପରେ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *