ନ୍ୟୁଜ ଡେକ୍ସ : ବିଜେଡ଼ି ପରାଜୟ ଯେପରି ଦଳକୁ ଛାରଖାର କରିଦେଇଛି । ଦଳ ସୃଦୁଢ଼ ହେବା ଦୂର ଏଠି ପ୍ରତିଦିନ ଦଳ କିଭଳି ଖଣ୍ଡ ଖଣ୍ଡ ହେଉଛି ତାହାର ଖବର ସାମ୍ନାକୁ ଆସୁଛି । ର୍କମୀ ମାନଙ୍କ ଭିତରେ ଅସନ୍ତୋଷ ପ୍ରତିଦିନ ବଢ଼ୁଛି । ଦଳୀୟ କନ୍ଦଳ ହାଟରେ ପଡି ଘାଟରେ ଗଢୁଛି। ଏହା ଭିତରେ ଶ୍ରୀମୟୀଙ୍କ ଏକ ଟ୍ୱିଟ ସଭିଙ୍କୁ ସ୍ତବ୍ଧ କରିଦେଇଛି ।
ଶ୍ରୀମୟୀ ଲେଖିଛନ୍ତି, ଧୃତରାଷ୍ଟ୍ର ହସ୍ତିନାପୁରର ରାଜା ଭାବେ ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ। ଅନ୍ୟାୟ ବିଷୟ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଅନ୍ୟାୟ ରୋକିବାକୁ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା ଦେବ ନାହିଁ। କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ।
ସୂଚନା ଅନୁସାରେ ଏହା କୌଣସି ପ୍ରଥମ ଘଟଣା ନୁହେଁ। ଏହା ର୍ପୂବରୁ ଅନେକ ଥର ଶ୍ରୀମୟୀଙ୍କ ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥାଏ। ତାଙ୍କର ଏକ ସାଧାରଣ ଟ୍ୱିଟ ଦଳ ଭିତରେ ଥିବା ଅସନ୍ତୋଷ ଏବଂ ଦଳୀୟ କନ୍ଦଳକୁ ପରୋକ୍ଷରେ ଦେଖାଇଥାଏ । କିନ୍ତୁ ଏଥର ତାଙ୍କର ନିଶାନା କାହା ଉପରେ କିଛି ସ୍ପଷ୍ଟ ହୋଇ ନାହିଁ । କାହା ଉପରେ ଶ୍ରୀମୟୀ ନିଜର ଅସନ୍ତୋଷ ଝାଡିଛନ୍ତି ହୁଏତ ତାହା ଆଗକୁ ଜଣା ପଡିବ କିନ୍ତୁ ଏବେ ଏହି ଘଟଣା ରାଜନୈତିକ ମାହୋଲକୁ ଖୁବ ଉଷ୍ମ କରୁଛି ।
