Mon. Dec 23rd, 2024

ନ୍ୟୁଜ ଡେସ୍କ: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ। ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସବୁଜ ବଦଳରେ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ। ସବୁଠୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ସମସ୍ତଙ୍କୁ ଡ୍ରେସ ମିଳିବ।

ଏହା ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ। ତେବେ ସୂଚନା ମୁତାବକ, ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ। ଗତ ୨୦୨୩ରେ ପୂର୍ବରୁ ଗାଢ ନୀଳ ରଙ୍ଗ ୟୁନିଫର୍ମକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରିଥିଲେ । ପୂର୍ବରୁ ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ଘୋଷଣା କରାଯାଇଥିଲା ।

ଏହା ବାଦ କେବଳ ଶନିବାର ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲାକ୍ ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିବାକୁ କୁହାଯାଇଥିଲା । ୧୦୦ ରୁ କମ ଉପସ୍ଥାନ ଥିବା ସ୍କୁଲ ଗୁଡିକରେ ଦୁଇଟି ନିର୍ଦ୍ଧାରିତ ରଙ୍ଗର ଟି-ସାର୍ଟ ପିନ୍ଧିବାକୁ ବି ଛାତ୍ରଛାତ୍ରୀଙ୍କୁ ନିର୍ଦେଶ ଥିଲା ।

Leave a Reply

Your email address will not be published. Required fields are marked *