Thu. Oct 23rd, 2025

ନ୍ୟୁଜ ଡେକ୍ସ : ପୂର୍ବତନ ଛାତ୍ର ବିଜେଡି ସଭାପତି ହରିଶଙ୍କର ରାଉତ ଦଳ ଛାଡିଛନ୍ତି।ସେ ତିନି ଫର୍ଦ୍ଦର ଅଭିଯୋଗ ଦାଖଳ କରିଛନ୍ତି। ଛାତ୍ର ବିଜେଡି ସଭାପତି ଏବଂ ଯୁବ ବିଜେଡି ସଭାପତି ଭିକେ ପାଣ୍ଡିଆଙ୍କ ନିର୍ଦ୍ଦେଶରେ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଯେଉଁମାନେ ପାଣ୍ଡିଆନଙ୍କ ନିର୍ଦେଶରେ କାମ କରୁଛନ୍ତି ସେମାନଙ୍କୁ ପଦପଦବୀ ମିଳୁଛି ।

ହରିଶଙ୍କର କହିଛନ୍ତି, ଯେଉଁମାନେ ପାଣ୍ଡିଆନଙ୍କ ନିର୍ଦେଶରେ କାମ କରୁଛନ୍ତି ସେମାନଙ୍କୁ ପଦପଦବୀ ମିଳୁଛି । ମୋତେ ତିନି ତିନିଥର ପ୍ରତିଶ୍ରୁତି ଦେଇ ଧୋକା ଦେଇଛନ୍ତି । ଜଣେ ଅଣ ଓଡ଼ିଆ ପାଣ୍ଡିଆନଙ୍କ ଯୋଗୁ ଦଳ ୨୦୨୪ ନିର୍ବାଚନରେ ପରାଜିତ ହେଲା । ନବୀନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ରଖିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏହି ଅବସ୍ଥା । ଆଗକୁ ଦଳ ସମ୍ପୂର୍ଣ୍ଣ ଭାଙ୍ଗିଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ଛାତ୍ର ବିଜେଡି ସଭାପତି । ଏଥିସହିତ ସେ ଏହା ବି କହିଛନ୍ତି ଯେ, ମୁଁ ଦଳ ସହ କେବେ ବିଶ୍ୱାସଘାତ କାମ କରିନି, ନିଷ୍ଠା ର ସହ ୨୦ ବର୍ଷ କାମ କରିଛି,କିନ୍ତୁ ଦଳ ମୋତେ ୩ ଥର ମିଥ୍ୟା ପ୍ରତିଶୃତି ଦେଇ ମୋ ପ୍ରତି ଅବିଚାର କରିଛି।

ଦଳରେ ମୋର ୨୦ ବର୍ଷର ତପସ୍ୟାକୁ ନଷ୍ଟ କରିଥିବା ନେତୃତ୍ୱଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ନିଶ୍ଚିତ ଭାବେ ଉତ୍ତର ଦେବେ। କେବେଳ ସମୟକୁ ଅପେକ୍ଷା। ଏଥିସହିତ ହରିଶଙ୍କର ବଡ ଅଭିଯୋଗ କରିଛନ୍ତି ଯେ, ଛାତ୍ର ଏବଂ ଯୁବ ଶାଖା ସଭାପତିଙ୍କ ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଣଦେଖା କରି କରାଯାଇଥିଲା। ପାଣ୍ଡିଆନ ଦଳର କାର୍ଯ୍ୟକାରିତାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *