Sat. Feb 21st, 2026

ନ୍ୟୁଜ ଡେକ୍ସ : ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଏନେଇ ଚଳଚଞ୍ଚଳ ହେଲାଣି ରାଜ୍ୟର ସମସ୍ତ ଶକ୍ତିପୀଠ । ପଲ୍ଲୀ ଠୁ ସହର ଯାଏ ସମସ୍ତେ ଏଥିପାଇଁ ଖୁସି । ମାଆଙ୍କ ଆଗମନ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ପଡ଼ିଥାଏ । ତେବେ ପୀଠର ଗୋଟିଏ ଦିନ ପରେ ମେଢ଼ରେ ମାଆଙ୍କ ନବଦିନାତ୍ମକ ପୂଜାକୁ ପାଳନ କରାଯାଏ ।

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ମାଆ ଶାରଳାଙ୍କ ମନ୍ଦିର । ପ୍ରତ୍ୟେକ ଦିନ ଜଗତଜନନୀ ମା ବିଭିନ୍ନ ବେଶରେ ସଜେଇ ହେବେ। ବିଭିନ୍ନ ଶକ୍ତି ପୀଠରେ ରାଜରାଜେଶ୍ୱରୀ, ଷୋଡଶୀ, ଭୁବନେଶ୍ୱରୀ, ବଗଳାମୂଖୀ, କମଳା, ସରସ୍ୱତୀ, ଦକ୍ଷିଣକାଳୀ, ଗାୟତ୍ରୀ, ଉଗ୍ରତାରା, ଅନ୍ନପୂର୍ଣ୍ଣା, ଚାମୁଣ୍ଡା, ବନଦୁର୍ଗା, ମହାସରସ୍ୱତୀ, ମହାକାଳୀ, ଜୟଦୁର୍ଗା, ମହିଷମର୍ଦ୍ଦିନୀ, ଗଜଳକ୍ଷ୍ମୀ, ଶ୍ୟାମାକାଳୀ ଆଦି ବେଶରେ ସଜାଇ ହେବେ ମା’ ।

ଏହି ସାଜସଜକୁ ଦେଖିବା ପାଇଁ ଭକ୍ତ ମାନଙ୍କର ମନ୍ଦିର ପରିସରରେ ଭିଡ ଲାଗିବା ଆରମ୍ଭ ହୋଇଗଲାଣି ।ସେପଟେ, ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି କାମ ସହ ଆଗେଇ ଚାଲିଛି । ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି କାରିଗରମାନେ ।

Leave a Reply

Your email address will not be published. Required fields are marked *