Thu. Oct 23rd, 2025

ନ୍ୟୁଜ ଡେକ୍ସ : ହାତପାଆନ୍ତାରେ ଏଣିକି ମିଳିବ ସରକାରୀ ସେବା। ୯୪୩୭୨୯୨୦୦୦ ହ୍ବାଟ୍ସଅପ୍ ନମ୍ବରରେ ମଳିବ ସବୁ ସେବା। ଗୋଟିଏ କ୍ଲିକ୍ରେ ୧୩୨ ପ୍ରକାରର ସରକାରୀ ସୁବିଧା ଉପଲବ୍ଧ ହେବ। ସରକାରୀ ଅଫିସ ଯିବାକୁ ପଡ଼ିବନି, ଘରେ ବସି କରିପାରିବେ ଆବେଦନ।

ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହେଲା ‘ଆମ ସାଥୀ ୟୁନି ଫାଏଡ ହ୍ବାଟ୍ସଅପ୍’। ଜନ୍ମ ମୃତ୍ୟୁ ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ, ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆରଟିଓ ଆଦି ବହୁ ସୁବିଧା ହ୍ୱାଟସଆପ ଜରିଆରେ ମିଳିପାରିବ ।ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ବିଭାଗର ୧୩୨ଟି ସେବା ପାଇଁ ଆବେଦନ କରିହେବ । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍ସଆପ ବଟ୍ ମାଧ୍ୟମରେ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।ଯଦି ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍ସଆପ୍‌ରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ । ସେହିପରି ଯେଉଁ ଲୋକମାନେ ଓଡ଼ିଆ କିମ୍ବା ଇଂରାଜୀ ଲେଖି ଜାଣି ନଥିବେ ସେମାନେ ଭାରତ ସରକାରଙ୍କ ‘ଭାଷିନୀ ପ୍ଲାଟଫର୍ମ’ ବ୍ୟବହାର କରି ନିଜର କଣ୍ଠସ୍ବର ମାଧ୍ୟମରେ ଏହି ସେବା ପାଇପାରିବେ ।

Leave a Reply

Your email address will not be published. Required fields are marked *