Thu. Oct 23rd, 2025

ନ୍ୟୁଜ ଡେକ୍ସ : ଦୁର୍ଗାପୂଜା ପାଇଁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୋଲିସ। ୨୮ ତାରିଖ ଠାରୁ ୦୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଦୂର୍ଗା ପୂଜା ପାଳନ ହେବ । ଯେଉଁଥିପାଇଁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯିବ। ଅପରାହ୍ନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯିବା ।

ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ। କମିଶନରେଟ୍ ପୋଲିସ ଗୁରୁବାର ଦିନ ଭୁବନେଶ୍ୱରରେ ଦୁର୍ଗାପୂଜା ଉତ୍ସବ ପାଳନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି। ଟ୍ରାଫିକ୍ କଟକଣା ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ।ରସୁଲଗଡ଼ରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁଭବନ ଛକ ଭାରିଯାନ ମନା । ଆଚାର୍ଯ୍ୟବିହାରରୁ କଳିଙ୍ଗ ହସ୍ପିଟାଲ ଓ ନ୍ୟୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ବାରଣ।

ଜୟଦେବବିହାର ଛକରୁ ନନ୍ଦନକାନନ ଓ ରାଜଭବନ ପର୍ଯ୍ୟନ୍ତ ଭାରିଯାନ ମନା।ସିଆରପି ଛକ ଠାରୁ ପାୱାର ହାଉସ୍‌, ଖଣ୍ଡଗିରିରୁ ପୋଖରୀପୁଟ ପର୍ଯ୍ୟନ୍ତ ବାରଣ।ପୋଲିସ, ଅଗ୍ନିଶମ ବାହିନୀ, ଅବକାରୀ ବିଭାଗ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଯାନ ପାଇଁ ପ୍ରଯୁଜ୍ୟ ହେବ ନାହିଁ। କମିଶନରେଟ୍ ପୋଲିସ ଭୁବନେଶ୍ୱର କଟକ ଜନସାଧାରଣଙ୍କୁ ସେମାନଙ୍କ ରୁଟ୍ ଅନୁସାରେ ଯୋଜନା କରିବାକୁ ଅନୁରୋଧ କରୁଛି।

Leave a Reply

Your email address will not be published. Required fields are marked *