Thu. Apr 16th, 2026

ନ୍ୟୁଜ ଡେକ୍ସ : ସହରରେ ଦୁଇଟି ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାର ପରିପ୍ରେକ୍ଷିତରେ ସରକାର ଦୃଢ଼ ପଦକ୍ଷେପ ନେଇଛି। ସାମ୍ପ୍ରଦାୟିକ ହିଂସା ପ୍ରସାରଣ ପାଇଁ ସୋସିଆଲ ମିଡିଆର ଅପବ୍ୟବହାର, ମିଥ୍ୟା ଓ ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରଚାର ନେଇ ଗଭୀର ଚିନ୍ତା ପ୍ରକାଶ କରିଥିବାରୁ ସରକାର ଏହି କଡା ପଦକ୍ଷେପ ଗ୍ରହଣ କରିଛନ୍ତି।

କଟକ ସହର ରେ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ଙ୍କ ବଡ଼ ପଦକ୍ଷେପ । କଟକ ସହରରେ ଆଜି ସନ୍ଧ୍ୟା ୦୭ ଟା ଠାରୁ ଆସନ୍ତାକାଲି ସନ୍ଧ୍ୟା ୦୭ ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଡାଟା ସେବା ମାଧ୍ୟମରେ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ଏବଂ ପ୍ରବେଶ ଉପରେ ନିଷେଧ ଜାରି । ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ହ୍ୱାଟ୍ସଅପ୍, ଫେସବୁକ୍, ଇନଷ୍ଟାଗ୍ରାମ୍, ସ୍ନାପଚଟ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବନ୍ଦ ରହିବ ।

ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ମୋବାଇଲ୍ ଇଣ୍ଟରନେଟ୍/ଡାଟା ସେବା ବନ୍ଦ । ସମସ୍ତ ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ISPs)ଙ୍କ ଇଣ୍ଟରନେଟ୍/ଡାଟା ସେବା ବନ୍ଦ । ବ୍ରଡବ୍ୟାଣ୍ଡ ଡାଏଲ ଅପ୍ ସିଷ୍ଟମ ବନ୍ଦ । କଟକ ଜିଲ୍ଲାର ସିଏମସି (କଟକ ମ୍ୟୁନିସିପାଲ କର୍ପୋରେସନ) ଅଞ୍ଚଳ,ସିଡିଏ (କଟକ ଉନ୍ନୟନ କର୍ତ୍ତୃପକ୍ଷ) ଅଞ୍ଚଳ ରେ ଇଣ୍ଟରନେଟର ଏହି ଅସ୍ଥାୟୀ ବନ୍ଦ ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *