Thu. Oct 23rd, 2025

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ବୁଧବାର ଦିନ ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସହରର ସାଧାରଣ ଜୀବନ ଅସ୍ଥବ୍ୟସ୍ଥ ହୋଇପଡ଼ିଛି। ତଳିଆ ଅଞ୍ଚଳଗୁଡ଼ିକରେ ପାଣି ଜମି ଯାଇଥିବା ସହିତ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଭୟାବହ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା।

ଜୟଦେବ ବିହାର ଓ ସିଆରପିଏଫ୍ ସ୍କୋୟାର ମଧ୍ୟରେ ଥିବା ଜାତୀୟ ରାଜପଥ-୧୬ ଏବଂ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ସ୍କୋୟାର ଓ ୟୁନିଟ୍-୧ ମାର୍କେଟକୁ ଯିବା ରାସ୍ତାଗୁଡ଼ିକରେ ଭିଡ଼ ତିବ୍ର ହୋଇଥିଲା। ବର୍ଷା ଯୋଗୁଁ ଅନେକ ଗାଡ଼ି ଜଳମଗ୍ନ ରାସ୍ତାରେ ଅଟକି ପଡ଼ିଥିଲା ଓ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଇଥିଲା।ସହରର ଅନେକ ଆବାସିକ ଅଞ୍ଚଳ ଓ ବଜାର ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇପଡ଼ିଛି।

ଅନେକ ସ୍ଥାନରେ ଘରକୁ ପାଣି ପସିଥିବା ଖବର ମିଳିଛି।ଏପରି ସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (IMD) ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ପ୍ରବଳ ବର୍ଷା ଓ ଝଡ଼ବର୍ଷା ସତର୍କତା ଜାରି କରିଛି। ସେହିପରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, କଟକ, ପୁରୀ, ଗଞ୍ଜାମ, ଗଜପତି, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ସହିତ ମୋଟ ୨୦ଟି ଜିଲ୍ଲା ପାଇଁ ପ୍ରବଳ ବର୍ଷାର ପୂର୍ବାଭାସ ଜାରି ହୋଇଛି।

Leave a Reply

Your email address will not be published. Required fields are marked *