Wed. Oct 22nd, 2025

ନ୍ୟୁଜ ଡେକ୍ସ : ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ସମୁଦ୍ରଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଓଡ଼ିଶାରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ଶୁକ୍ରବାର ଦିନ ସୂଚନା ଦେଇଛି।ଏହାର ପ୍ରଭାବରେ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଝଡ଼ବର୍ଷା ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସତର୍କ ସୂଚନା ଜାରି କରାଯାଇଛି।

ଏଥିସହିତ ଅକ୍ଟୋବର ୧୧ ଓ ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବା ସହ ପବନ ବେଗ ୩୦-୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆଇଏମଡି ଜଣାଇଛି। ସେହିପରି ଅକ୍ଟୋବର ୧୧ ତାରିଖରେ କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ।

ଆଗାମୀ ୩-୪ ଦିନ ମଧ୍ୟରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ସମେତ ବିହାରର ଝାଡ଼ଖଣ୍ଡ , ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ, ସିକିମ୍ ସହିତ ଓଡ଼ିଶା ଏବଂ ତେଲେଙ୍ଗାନାର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଅପସାରଣ ପାଇଁ ପରିସ୍ଥିତି ଅନୁକୂଳ ଥିବା ନେଇ ସୂଚନା ମିଳିଛି।ଏହା ପରେ ବର୍ଷା ହେବାର କୌଣସି ସଂକେତ ନଥିବା ନେଇ ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। ଏଥିସହିତ ରାଜ୍ୟକୁ ପୁଣି ଥରେ ଶୁଖିଲା ପାଗ ଫେରିବ ବୋଲି ରିପୋର୍ଟରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *