Sun. Feb 22nd, 2026

ନ୍ୟୁଜ ଡେକ୍ସ : ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡିର ଟିକେଟ୍ ନିର୍ଦ୍ଧାରଣ ପାଇଁ ଆଜି ନବୀନ ନିବାସରେ ହେଉଛି ମହତ୍ତ୍ୱପୂର୍ଣ୍ଣ ଆଲୋଚନା। ଦଳର ସର୍ବୋଚ୍ଚ ନେତୃତ୍ୱ ଏଥିରେ ଉପସ୍ଥିତ ରହିଛନ୍ତି। ବରିଷ୍ଠ ନେତା ବବି ଦାସ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଆଲୋଚନାରେ ଯୋଗଦେଇଛନ୍ତି।ଟିକେଟ ଆଶାୟୀ ମନୋଜ ମିଶ୍ର ମଧ୍ୟ ନବୀନ ନିବାସରେ ଉପସ୍ଥିତ ଅଛନ୍ତି।

ସେହିପରି ଆଉ ଦୁଇ ଆଶାୟୀ — ଭାନୁପ୍ରତାପ ମାଝୀ ଓ ଅବନୀ ଯୋଶୀଙ୍କୁ ମଧ୍ୟ ଡକରା ହୋଇଛି। ସମସ୍ତ ଆଶାୟୀଙ୍କ ସହ ପ୍ରତ୍ୟେକ ଭିନ୍ନ ଭିନ୍ନ ଭାବେ ଆଲୋଚନା ହେଉଛି। ଉଭୟ ବିଜେପି-କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡିର ଏଯାଏଁ ଅଙ୍କ ଛିଡ଼ୁନି । ଘନଘନ ବୈଠକ ହେଉଛି ହେଲେ ପ୍ରାର୍ଥୀ କିଏ ନିଷ୍ପତ୍ତି ହୋଇପାରୁନି । ଜୟ ଢୋଲକିଆ ଝଟକା ଦେବାପରେ ଦ୍ୱନ୍ଦରେ ପଡ଼ିଯାଇଛି ଶଙ୍ଖ ଦଳ। ମନୋଜ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିବା ଏକପ୍ରକାର ଫାଇନାଲ ହୋଇଥିଲେ ହେଁ ଏଯାଏଁ ତାଙ୍କ ନାଁ ଘୋଷଣା କରିନି ବିଜେଡି। ୩ ଆଶାୟୀଙ୍କୁ ନବୀନ ନିବାସ ଡାକରା ହୋଇଥିବା ଜଣାପଡ଼ିଛି।

ମନୋଜ ମିଶ୍ର, ଭାନୁପ୍ରତାପ ସିଂ ମାଝୀ ଓ ଅବନୀ ଯୋଶୀ ଅପରାହ୍ଣ ୫ଟାରେ ନବୀନ ନିବାସରେ ନବୀନଙ୍କୁ ଭେଟିବେ ସମ୍ଭାବନା ରହିଛି । ନବୀନଙ୍କ ଆଲୋଚନା ପରେ ପରେ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି।ସେପଟେ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସବୁ ଅପେକ୍ଷାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏନେଇ ବୁଧବାର ବିଧିବଦ୍ଧ ଭାବେ ଜୟଙ୍କ ନାଁ ବିଜେପି ଘୋଷଣା କରିଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ ଢୋଲକିଆ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି। ସେହିପରି କଂଗ୍ରେସ ମଧ୍ୟ ପୂର୍ବରୁ ତା’ର ପ୍ରାର୍ଥୀ ଘୋଷଣା କରିସାରିଛି। ଏବେ ଖାଲି ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *