ନ୍ୟୁଜ ଡେକ୍ସ : ଫିଲ୍ମ ଷ୍ଟାଇଲରେ ଘଟିଥିବା ଏକ ଅପହରଣ ଘଟଣାରେ ୨୪ ଘଣ୍ଟା ମଧ୍ୟରେ ପୋଲିସ ଦ୍ୱାରା ଅପହୃତ ଯୁବକଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ଦିନ କୋଣାର୍କ ମନ୍ଦିର ଦର୍ଶନ କରି ଭୁବନେଶ୍ୱର ଫେରୁଥିବା ଜୟ ଚକ୍ରବର୍ତ୍ତୀଙ୍କୁ ବନାଖଣ୍ଡି ପେଟ୍ରୋଲ ପମ୍ପ ନିକଟରୁ ଦୁର୍ବୃତ୍ତମାନେ ଅପହରଣ କରିଥିଲେ।
ସୂଚନା ଅନୁଯାୟୀ, ଏକ ନାଲି ରଙ୍ଗର କାରରେ ଛଜଣ ଦୁର୍ବୃତ୍ତ ଆସି ଜୟଙ୍କୁ ଜବରଦସ୍ତି କାର ଭିତରକୁ ଉଠାଇ ନେଇଥିଲେ। ଘଟଣା ପରେ ତାଙ୍କ ସାଙ୍ଗମାନେ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତୁରନ୍ତ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂ ଆରମ୍ଭ କରିଥିଲା।ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା।
ଶେଷରେ, ପାରାଦୀପ ଗଡ଼ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ଜୟ ଚକ୍ରବର୍ତ୍ତୀଙ୍କୁ ହାତ-ପାଅ ବାନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାସହ ଜଡିତ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ଏବଂ ଅପହରଣରେ ବ୍ୟବହୃତ ନାଲି ରଙ୍ଗର କାରକୁ ମଧ୍ୟ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରେ ବ୍ୟବସାୟୀ ସମ୍ପର୍କିତ ଶତ୍ରୁତା ହିଁ ଅପହରଣର ମୂଳ କାରଣ ବୋଲି ଜଣାପଡ଼ିଛି।
