Thu. Oct 23rd, 2025

ନ୍ୟୁଜ ଡେକ୍ସ : ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଏଣିକି, ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଦଣ୍ଡିତ ହେଲେ ସେହି ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବନି ପ୍ରୋଭିଜନାଲ୍ ପେନ୍‌ସନ୍‌।

ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଭିଜିଲାନ୍ସ ଅଦାଲତଙ୍କ ରାୟ ବିରୋଧରେ ଉପର ଅଦାଲତରେ ମାମଲା ଦାୟର ହେଲେମଧ୍ୟ ପେନ୍‌ସନ୍‌ ଅଧିକାର ସ୍ୱତଃ ମିଳିବ ନାହିଁ। ମାମଲା ବିଚାରଧୀନ ଥିବା ସମୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରୋଭିଜନାଲ୍ ପେନ୍‌ସନ୍‌ ବନ୍ଦ ରହିବ।

ହେଲେ, ଯଦି ଉପର ଅଦାଲତ ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ରହିତାଦେଶ (Stay Order) ଜାରି କରେ କିମ୍ବା ରାୟକୁ ରଦ୍ଦ କରେ, ତେବେ ସେହି କର୍ମଚାରୀ ପୁନର୍ବାର ପ୍ରୋଭିଜନାଲ୍ ପେନ୍‌ସନ୍‌ ପାଇବାର ହକଦାର ହେବେ।ଏହି ରାୟ ଦୁର୍ନୀତି ବିରୋଧରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଆଇନ ମହଳ ମନୋନିତ କରିଛି। ହାଇକୋର୍ଟଙ୍କ ମତାନୁସାରେ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା କେହି ମଧ୍ୟ ନିଜ ଅପରାଧର ପୁନଃଫଳ ଭୋଗିବାରୁ ମୁକ୍ତ ହେବେ ନାହିଁ ।

Leave a Reply

Your email address will not be published. Required fields are marked *