Thu. Oct 23rd, 2025

ନ୍ୟୁଜ ଡେକ୍ସ : ଧନତେରସ ପୂର୍ବ ସନ୍ଧ୍ୟାରେ ଭାରତର ସୁନା ବଜାର ନୂଆ ଉଚ୍ଚତାକୁ ଛୁଇଁଛି। ଗତ ୨୪ ଘଣ୍ଟାରେ ସୁନା ମୂଲ୍ୟରେ ଭାରୀ ବୃଦ୍ଧି ହୋଇଥିବା ବେଳେ, ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମର ମୂଲ୍ୟ ୩,୩୫୦ ଟଙ୍କା ବଢ଼ି ୧,୩୨,୯୫୩ ଟଙ୍କାକୁ ପହଞ୍ଚିଛି।

www.goodreturns.com ରିପୋର୍ଟ ଅନୁସାରେ, ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ୧୩,୦୮୬ ଟଙ୍କା, ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ୧୧,୯୯୫ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ୯,୮୧୪ ଟଙ୍କା ରହିଛି।୨୨ କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ ଦିନକୁ ଦିନ ବଢ଼ୁଛି। ଏହି ସୁନା ପ୍ରତି ୧୦ ଗ୍ରାମ ପିଛା ୩,୦୭୦ ଟଙ୍କା ବଢ଼ି ୧,୨୧,୮୮୩ ଟଙ୍କାରେ ବିକ୍ରୟ ହେଉଛି।

ଧନତେରସ ଅବସରରେ ଗ୍ରାହକମାନେ ସୁନା କିଣିବାକୁ ଭିଡ଼ କରୁଥିବା ଦେଖାଯାଉଛି। ବଜାର ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଆଗାମୀ ଦିନରେ ମଧ୍ୟ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *