ନ୍ୟୁଜ ଡେକ୍ସ : ଭୁବନେଶ୍ୱର ପରେ ଏବେ କଟକରେ ମଧ୍ୟ ଦୀପାବଳିରେ ବାଣଫୁଟା ଉପରେ ସୀମିତ ସମୟ ନିର୍ଦ୍ଧାରଣ କରାଯାଇଛି। କମିଶନରେଟ୍ ପୋଲିସ ଚେତାବନୀ ଦେଇଛି ଯେ, ସହରବାସୀମାନେ କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ।
ଏହି ସମୟ ସୀମା ଉଲ୍ଲଂଘନ କଲେ, ଅର୍ଥାତ୍ ରାତି ୯ଟା ପରେ ବାଣ ଫୁଟାଇଲେ, ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସଚେତନ କରାଯାଇଛି।କଟକ ଡିସିପି ଋଷିକେଶ ଖିଲାର କହିଛନ୍ତି, କାଳୀ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଉପସ୍ଥିତି ବଢ଼ାଯିବ। ଲୋକମାନେ ନିର୍ଦ୍ଧାରିତ ସମୟ ଓ ନିୟମ ପାଳନ କରି ଶାନ୍ତିପୂର୍ଣ୍ଣ ଭାବରେ ପର୍ବ ପାଳନ କରିବାକୁ ଅନୁରୋଧ କରାଯାଇଛି।
ପୋଲିସ ପରାମର୍ଶ ଦେଇଛି ଯେ, ଲୋକମାନେ ପିଲାମାନଙ୍କଠାରୁ ଦୂରେ ବାଣ ରଖିବେ, ଏବଂ କେବଳ ଖୋଲା ଓ ସୁରକ୍ଷିତ ସ୍ଥାନରେ ବାଣ ଫୁଟାଇବେ। ସେହିପରି, ଅତ୍ୟଧିକ ଶବ୍ଦ କିମ୍ବା ପ୍ରଦୂଷଣ ସୃଷ୍ଟି କରୁଥିବା ଆତସବାଜି ବ୍ୟବହାର କରିବାକୁ ବି ପ୍ରତିବନ୍ଧ ଜାରି ରହିଛି।କମିଶନରେଟ୍ ପୋଲିସ ସ୍ପଷ୍ଟ କରିଛି ନିୟମ ଉଲ୍ଲଂଘନ କଲେ କାହାକୁ ମଧ୍ୟ ଛାଡ଼ାଯିବ ନାହିଁ।
