Fri. Oct 24th, 2025

ନ୍ୟୁଜ ଡେକ୍ସ : ଏହି ପାର୍ବଣ ଋତୁରେ ଯାତ୍ରୀମାନଙ୍କ ପାଇଁ ଏକ ବିଶେଷ ଉପହାର ଆଣିଛି ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ (NHAI)। ଏହା ହେଉଛି ଫାସ୍‌ଟ୍ୟାଗ ବାର୍ଷିକ ପାସ୍, ଯାହା ଦେଶର ସମସ୍ତ ଜାତୀୟ ରାଜପଥ ଓ ଏକ୍ସପ୍ରେସୱେରେ ବର୍ଷସାରା ସୁଗମ ଯାତ୍ରା ସୁବିଧା ଦେବ।ଏହି ବାର୍ଷିକ ପାସ୍‌ଟି ‘ରାଜମାର୍ଗଯାତ୍ରା’ ଆପ୍‌ ମାଧ୍ୟମରେ ଉପହାର ଦିଆଯାଇପାରିବ।

ଆପରେ ‘ପାସ୍ ଯୋଡନ୍ତୁ’ ବିକଳ୍ପରେ କ୍ଲିକ୍ କରି ଗାଡ଼ି ନମ୍ବର ଓ ଯୋଗାଯୋଗ ବିବରଣୀ ଦେଇ ଫାସ୍‌ଟ୍ୟାଗ ବାର୍ଷିକ ପାସ୍ ଉପହାର ଦିଆଯାଇପାରିବ। ଓଟିପି ଯାଞ୍ଚ ପରେ ସେହି ଗାଡ଼ିରେ ସଂଲଗ୍ନ ଫାସ୍‌ଟ୍ୟାଗରେ ଦୁଇ ଘଣ୍ଟା ମଧ୍ୟରେ ପାସ୍‌ଟି ସକ୍ରିୟ ହୋଇଯିବ।ଏହି ବାର୍ଷିକ ପାସ୍‌ର ମୂଲ୍ୟ ୩,୦୦୦ ଟଙ୍କା, ଯାହା ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ, କିମ୍ବା ୨୦୦ ଟୋଲ୍ ପ୍ଲାଜା କ୍ରସିଂ ପର୍ଯ୍ୟନ୍ତ ଯାତ୍ରା ପାଇଁ ଏକକାଳୀନ ଶୁଳ୍କ ଭାବେ ପେମେଣ୍ଟ କରିପାରିବ। ଏହି ବ୍ୟବସ୍ଥା ଫାସ୍‌ଟ୍ୟାଗକୁ ପୁନଃପୁନି ରିଚାର୍ଜ କରିବାର ଅସୁବିଧାକୁ ଦୂର କରିଛି। ଏହା ସମସ୍ତ ଅଣ-ବାଣିଜ୍ୟିକ ଯାନ ପାଇଁ ପ୍ରଯୁଜ୍ୟ ହେଉଛି।

୧୫ ଅଗଷ୍ଟ ୨୦୨୫ ରେ ଶୁଭାରମ୍ଭ ହୋଇଥିବା ଫାସ୍‌ଟ୍ୟାଗ ବାର୍ଷିକ ପାସ୍ ଦୁଇ ମାସ ମଧ୍ୟରେ ଚମତ୍କାର ସଫଳତା ହାସଲ କରିଛି। ଏପର୍ଯ୍ୟନ୍ତ ୨୫ ଲକ୍ଷରୁ ଅଧିକ ଉପଭୋକ୍ତା ଏହାକୁ ନିଜ ଯାନରେ ସକ୍ରିୟ କରିଛନ୍ତି ଏବଂ ପ୍ରାୟ ୫.୬୭ କୋଟି ଟ୍ରାଞ୍ଜାକ୍ସନ ରେକର୍ଡ ହୋଇଛି।ଏହି ବାର୍ଷିକ ପାସ୍ ଦେଶର ୧୧୫୦ରୁ ଅଧିକ ଟୋଲ୍ ପ୍ଲାଜାରେ ପ୍ରଯୁଜ୍ୟ ହୋଇ, ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ଯାତ୍ରାକୁ ଅଧିକ ସୁଗମ ଓ ସୁଲଭ କରିଦେଇଛି।

Leave a Reply

Your email address will not be published. Required fields are marked *