Thu. Oct 23rd, 2025

ନ୍ୟୁଜ ଡେକ୍ସ: ତରକାରୀରେ ବାହାରିଲା ମଲା ଝିଟିପିଟି ସହ ବିଛା । ଏପରି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ । ପିଲାଙ୍କୁ ରାତି ଖାଇବାରେ ଦିଆଯାଇଥିବା ଆଳୁ ତରକାରୀରେ ଏସବୁ ବାହାରିଥିଲା ।

ଯାହାକୁ ନେଇ ହଷ୍ଟେଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା | ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ତେବେ ସୂଚନା ମୁତାବକ, ଶୁକ୍ରବାର ରାତିରେ ପିଲାମାନଙ୍କୁ ରୁଟି ସହ ଆଳୁ ତରକାରୀ ଦିଆଯାଇଥିଲା । ଖାଇବା ବେଳେ ତରକାରୀରୁ ବିଛା ଓ ମଲା ଝିଟିପିଟି ବାହାରିଥିଲା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ପୂରେବରୁ ମଧ୍ୟ ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା ବାହାରୁଥିବା ପିଲାମାନେ ଅଭିଯୋଗ କରିଆସୁଥିବା ଅଭିଯୋଗ ହୋଇଛି । ଏପରିକି ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା ବାହାରୁଥିବା ପିଲାମାନେ ଅଭିଯୋଗ କରିଛନ୍ତି। ହଷ୍ଟେଲ କର୍ତ୍ତୃପକ୍ଷ ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ।

Leave a Reply

Your email address will not be published. Required fields are marked *