Fri. Oct 24th, 2025

ନ୍ୟୁଜ ଡେକ୍ସ: ଜମନକିରା ଥାନା ୫୩ ନମ୍ବର ଜାତୀୟର କଦଳୀପାଳ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌-କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ଲାଗିଲା ନିଆଁ। ଘଟଣାରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛି।

ତାଙ୍କୁ ଉଦ୍ଧାର କରାଯାଇ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣେ ଡ୍ରାଇଭର ହେଉଛନ୍ତି ରେହେମାନ ଖାନ୍ ଏବଂ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ। ଆହତ ଖଲାସି ହେଉଛନ୍ତି ସାଉଦ ଖାନ୍। ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । କପଡ଼ା ବୋଝେଇ କଣ୍ଟେନର ଟ୍ରକ୍ ସମ୍ୱଲପୁର ପଟୁ କଲିକତାକୁ ଯାଉଥିବା ବେଳେ, ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ସହ ସାତଗଛିଆ ଘାଟିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରୁ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ନିଆଁ ଦୁଇ ଗାଡିରେ ପୁରା ବ୍ୟାପିଯିବାରୁ 2 ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ନିଆଁ ଲାଗିଲା ପରେ ଉଭୟ ଗାଡ଼ିର ଟାୟାର ଓ ଡିଜେଲ ଟାଙ୍କିରେ ବିସ୍ଫୋରଣ ହୋଇଥିଲା ।

ଜୀବନ ବଞ୍ଚାଇବା ପାଇଁ କଣ୍ଟେନର ଗାଡ଼ିରେ ଥିବା ଜଣେ ହେଲପର ଗାଡିରୁ ଡେଇଁ ଜଙ୍ଗଲ ଭିତରକୁ ପଳେଇ ଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନା ପଠାଯାଇଥିଲା । ପରେ ସ୍ଥାନୀୟ ଜନସାଧାରଣ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। ନିକଟସ୍ଥ ଗାଁର କିଛି ଯୁବକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଖୁବ୍ ଜୋରରେ ନିଆଁ ବ୍ୟାପିଯିବାରୁ ସେମାନେ ଲିଭାଇ ପାରି ନ ଥିଲେ। ଉଭୟ ଗାଡ଼ିର ଚକ ଓ ଡିଜେଲ ଟାଙ୍କି ଗୋଟିଏ ପରେ ଗୋଟିଏ ବୋମା ଭଳି ଫୁଟିବାକୁ ଲାଗିଥିଲା। ଅନ୍ୟପଟେ ଦମକଳ କେନ୍ଦ୍ରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରାୟ ଦେଢ଼ ଘଣ୍ଟା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଉଭୟ ଗାଡ଼ିର ସବୁକିଛି ଜଳି ସାରିଥିଲା।

Leave a Reply

Your email address will not be published. Required fields are marked *