Tue. Feb 24th, 2026

ନ୍ୟୁଜ ଡେକ୍ସ : ଜିଲ୍ଲାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନଜରରେ ରଖି ଓଡ଼ିଶା ଗୃହ ବିଭାଗ ମଙ୍ଗଳବାର ଦିନ ମାଲକାନଗିରିରେ ଇଣ୍ଟରନେଟ୍ ଓ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଲାଗିଥିବା ପ୍ରତିବନ୍ଧକାଜ୍ଞାକୁ ଆଉ ବୃଦ୍ଧି କରିଛି। ଏହି କଟକଣା ୧୦ ଡିସେମ୍ବର ଦିନ ୧୨ଟା ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ସରକାରୀଭାବେ ସୂଚନା ଦିଆଯାଇଛି।

ଏହି ପ୍ରତିବନ୍ଧକାଜ୍ଞା ଅନ୍ତର୍ଗତ ହ୍ୱାଟ୍ସଆପ୍, ଫେସବୁକ୍, ଏକ୍ସ (ଟ୍ୱିଟର) ସହିତ ସମସ୍ତ ସୋସିଆଲ ମିଡିଆ ସେବା ବନ୍ଦ ରହିବ। ପୂର୍ବରୁ ଏମଭି–୨୬ ଅଞ୍ଚଳରେ ଭିଡ଼ ଦ୍ୱାରା ହୋଇଥିବା ହିଂସା, ଘର ପୋଡ଼ିଦିଆ ଘଟଣାକୁ ନେଇ ଜିଲ୍ଲାରେ ଉତ୍ତେଜନାର ସ୍ଥିତି ସୃଷ୍ଟି ହୋଇଥିଲା।ଏହାର ପୂର୍ବଦିନ ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ଇଣ୍ଟରନେଟ୍ ବନ୍ଦ ଆଦେଶ ଜାରି କରାଯାଇଥିଲା।

ନଦୀରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଏହି ଅଞ୍ଚଳରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଆଇନ ଶୃଙ୍ଖଳା ରକ୍ଷା ଏବଂ ଗୁଜବ ପ୍ରଚାର ରୋକିବା ଉଦ୍ଦେଶ୍ୟରେ ଏହି କଟକଣା ବୃଦ୍ଧି କରାଯାଇଥିବା ବେଳେ, ପୋଲିସ ପକ୍ଷରୁ ଅଞ୍ଚଳରେ କଡା ପହରା ବ୍ୟବସ୍ଥା କରାଯାଇଛି। ପରିସ୍ଥିତି ସାଧାରଣ ହେଲେ ବନ୍ଦ ହଟାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *