Wed. Feb 25th, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମୋଟ ୮ଟି ବିମାନ ବାତିଲ ହୋଇଛି। ଗୋଆ, ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ସହ ଏହା ସହିତ କୋଲକାତା, ଡେରାଡୁନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ଯିବା ଉଡାଣ ମଧ୍ୟ ବାତିଲ ହୋଇଥିବାରୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଏହି ବିମାନ ବାତିଲ ବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ମୂଳ ସମସ୍ୟା ଇଣ୍ଡିଗୋ ବିମାନ ସେବା ସହିତ ଜଡିତ ରହିଛି।ଏହା ପୂର୍ବରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ DGCA, ୧ ଡିସେମ୍ବରରୁ ଇଣ୍ଡିଗୋଙ୍କ ଉଡାଣ ସୂଚୀ ୫% କମାଇବାକୁ ନିର୍ଦ୍ଦେଶ ଦେଇଥିଲା। ବିମାନ ସଂଖ୍ୟା ଓ ପାଇଲଟ୍ ଅଭାବ ସମସ୍ୟାକୁ ଦେଖାଯାଇଛି।

ସରକାର ପକ୍ଷରୁ ମଧ୍ୟ ଇଣ୍ଡିଗୋକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ,ବିମାନ ସେବା ସ୍ୱାଭାବିକ କରିବା ସହିତ ଯାତ୍ରୀମାନଙ୍କ ଅସୁବିଧାର ସତ୍ବିକ ସମାଧାନ କରିବାକୁ। ତଥାପି ସଚେତନତା ଓ ଚେତାବନୀ ସତ୍ତ୍ୱେ ମଧ୍ୟ, ବିମାନ ବାତିଲ ଜାରି ରହିଥିବାରୁ ଯାତ୍ରୀମାନଙ୍କ ଅସହଜତା ଅଧିକ ବଢ଼ିଛି।ଏହି ପରିସ୍ଥିତି କେତେ ଦିନ ଚାଲିବ ଏବଂ କେବେ ସ୍ଥିର ହେବ, ସେନେଇ ଯାତ୍ରୀମାନେ ଚିନ୍ତିତ ରହିଛନ୍ତି।

Leave a Reply

Your email address will not be published. Required fields are marked *