Mon. Feb 23rd, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି–୨୦୨୫)ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ୨୦୨୬ ଜାନୁଆରୀ ୨୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।ବୋର୍ଡ ସୂଚନା ଅନୁସାରେ, ପରୀକ୍ଷା ଉକ୍ତ ଦିନ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। ପେପର୍–୧ ଓ ପେପର୍–୨ ଗୋଟିଏ ସିଟିଂରେ ଏକାସাথে ଆୟୋଜିତ ହେବ।

ଏହି ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଥିବା ପରୀକ୍ଷାର୍ଥୀମାନେ ନିଜର ଆଡ୍‌ମିଟ୍ କାର୍ଡ ବୋର୍ଡର ଆଧିକାରିକ ୱେବସାଇଟ୍ (www.bseodisha.ac.in) ରୁ ଡାଉନ୍‌ଲୋଡ୍ କରିପାରିବେ। ଆଡ୍‌ମିଟ୍ କାର୍ଡ ଆସନ୍ତା ଜାନୁଆରୀ ୧୦ ତାରିଖରୁ ୱେବସାଇଟ୍‌ରେ ଉପଲବ୍ଧ ହେବ।

ପରୀକ୍ଷାର୍ଥୀମାନେ ପଞ୍ଜୀକରଣ ସମୟରେ ଦେଇଥିବା ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍ କରିପାରିବେ ଏବଂ ସେହି କାର୍ଡ ସହ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ହେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *