Sun. Feb 22nd, 2026

ନ୍ୟୁଜ ଡେକ୍ସ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଦେଖିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତ କରିବେ। ଏନେଇ ରବିବାର ଧନୁଯାତ୍ରା ମହୋତ୍ସବର ରାଜଦରବାର ମଞ୍ଚରେ ରାଜ ଅତିଥି ଭାବେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଡିସେମ୍ବର ୨୪, ୨୦୨୫ରେ ଉଦଘାଟିତ ହୋଇଥିବା ଧନୁଯାତ୍ରା ଜାନୁଆରୀ ୩ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ମୋଟ ୧୧ ଦିନ ଧରି ଚାଲିବାକୁ ଥିବା ଏହି ମହାଯାତ୍ରାରେ ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ସମଗ୍ର ବରଗଡ଼ ଗଞ୍ଜି ଉଠୁଛି ଓ ରଙ୍ଗମହଲ ମଞ୍ଚ ଦୁଲୁକୁଛି।ଧନୁଯାତ୍ରାକୁ ଦେଖିବା ପାଇଁ ରାଜ୍ୟ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ବରଗଡ଼ରେ ପହଞ୍ଚୁଥିବାରୁ ସହରରେ ଭାରି ଭିଡ଼ ଜମିଛି।

ଲୀଳା, ନାଟକ, ରାଜଦରବାର ଓ ରଙ୍ଗମହଲର ଆୟୋଜନ ସମଗ୍ର ପରିବେଶକୁ ଆନନ୍ଦ ଓ ଉଲ୍ଲାସରେ ଭରିଦେଇଛି।ମୁଖ୍ୟମନ୍ତ୍ରୀଙ୍କ ଆଗାମୀକାଲିର ଗସ୍ତକୁ ନେଇ ବରଗଡ଼ରେ ବିଶେଷ ଉତ୍ସାହ ଦେଖାଯାଉଛି। ଧନୁଯାତ୍ରାର ଆୟୋଜନ, ପାରମ୍ପରିକ ସଂସ୍କୃତି ଓ ଲୋକକଳାକୁ ସ୍ୱୟଂ ଦେଖିବା ସହ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଏହି ଉତ୍ସବର ଆନନ୍ଦ ଅନୁଭବ କରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *