Mon. Dec 23rd, 2024

ନ୍ୟୁଜ ଡେକ୍ସ: ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ବର୍ତ୍ତମାନ ଚର୍ଚ୍ଚାରେ। ସେ ଗତ ସୋମବାର ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ଯଦିଓ ଏହିପରି ଆତ୍ମହତ୍ୟା ମାମଲା ପ୍ରତିଦିନ ଘଟୁଛି, କିନ୍ତୁ ଏହି ମାମଲା ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ମେନଠୁ (#MenToo) ଟ୍ରେଣ୍ଡ କରୁଛି।

ଏହାର କାରଣ ହେଉଛି ତାଙ୍କ ଦ୍ୱାରା ଲିଖିତ ୨୪ ପୃଷ୍ଠାର ସୁସାଇଡ ନୋଟ୍ ଏବଂ ମୃତ୍ୟୁ ପୂର୍ବରୁ ପ୍ରସ୍ତୁତ ଏକ ଘଣ୍ଟା ଭିଡିଓ ରେକର୍ଡ। ଏହି ଆତ୍ମହତ୍ୟା ପାଇଁ ଅତୁଲ ତାଙ୍କ ପତ୍ନୀଙ୍କୁ ଦାୟୀ କରି କହିଥିଲେ ଯେ ତାଙ୍କ ପତ୍ନୀଙ୍କ ନିର୍ଯାତନା କାରଣରୁ ସେ ଏପରି ପଦକ୍ଷେପ ନେଉଛନ୍ତି। ଅତୁଲ ସୁଭାଷ, ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଛନ୍ତି। ଆକସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନୀକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ୩ କୋଟି ଟଙ୍କା ଦାବି କରୁଥିଲେ। ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ।ଲୋକମାନେ ଅତୁଲ ସୁଭାଷଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଯିଏ ଅତୁଲଙ୍କ କାହାଣୀ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଇଛି। ୩୪ ବର୍ଷୀୟ ଅତୁଲ, ମୂଳତଃ ବିହାରର, ବେଙ୍ଗାଲୁରୁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ସ୍ତ୍ରୀ ନିକିତା ସିଙ୍ଘାନିଆ ଏବଂ ଶାଶୁଙ୍କ ବିରୋଧରେ ଅତୁଲ ଗୁରୁତର ଅଭିଯୋଗ କରିଛନ୍ତି।

ଅତୁଲ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କ ଦ୍ୱାରା ଅର୍ଜନ କରିଥିବା ଟଙ୍କା ତାଙ୍କ ବିରୋଧରେ ବ୍ୟବହାର କରନ୍ତି। ଏଭଳି ପରିସ୍ଥିତିରେ ସେ ଏହାର ମୂଳଦୁଆକୁ ନଷ୍ଟ କରିବାକୁ ଯାଉଛନ୍ତି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅତୁଲ ତାଙ୍କ ୪ ବର୍ଷର ପୁଅ ପାଇଁ ଏକ ବିଶେଷ ଉପହାର ଏବଂ ଚିଠି ମଧ୍ୟ ଛାଡିଛନ୍ତି। ତଥାପି, ସେ ତାଙ୍କ ପୁଅ ଉପରେ ୨୦୩୮ ପର୍ଯ୍ୟନ୍ତ ଏହି ଚିଠି ନ ଖୋଲିବାକୁ ଏକ ପ୍ରତିବନ୍ଧକ ଲଗାଇଛନ୍ତି।ତାଙ୍କ ସୁଇସାଇଡ ନୋଟରେ କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶାଯିବା ଭଳି ଅଭିଯୋଗ ରହିଛି। ପୁଲିସ ଛାନଭିନ ଆରମ୍ଭ କରିବା ସହ ସନ୍ଦିଗ୍ଧଙ୍କୁ ନେଇ ଜେରା କରୁଛି। ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଅତୁଲ ବଡ଼ ପଦରେ କାମ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *