Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜଧାନୀରେ ଏକ ଚାଞ୍ଚଲ୍ୟ ଘଟଣାରେ ଭୁବନେଶ୍ୱର AIIMSର ଜଣେ ଆଉଟସୋର୍ସିଂ କର୍ମଚାରୀଙ୍କୁ ଗୁଳି ମାଡ଼ି ହତ୍ୟା କରାଯାଇଛି। ଘଟଣା ସକାଳୁ ସକାଳୁ ଘଟିଥିଲା, ଯେତେବେଳେ ସୁଧାଂଶୁ ନାମକ କର୍ମଚାରୀ କାମକାର୍ଯ୍ୟ ପରେ ଫେରୁଥିଲେ।

ଦୁର୍ବୃତ୍ତ ତିନି ରାଉଣ୍ଡ ଗୁଳି କରି ପରେ ଫେରାର ହୋଇଯାଇଥିଲେ।ଗୁଳି ଲାଗି ଗୁରୁତର ଅବସ୍ଥାରେ ସୁଧାଂଶୁଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୁଧାଂଶୁ AIIMSରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଘଟଣା ପୂର୍ବରୁ ସୁଧାଂଶୁଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ଥିବାର ସମ୍ଭାବନା ରହିଛି। ସୁଧାଂଶୁଙ୍କ ଦାଦା ପୁଅ ସମ୍ପର୍କୀୟଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ଘଟଣା ସ୍ଥଳରେ ପୋଲିସ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *