Thu. Oct 23rd, 2025

ନ୍ୟୁଜ ଡେକ୍ସ: EPFO ସଦସ୍ୟମାନଙ୍କ ପାଇଁ ଖୁସି ଖବର । EPFO ଅଗ୍ରିମ ଦାବି ପାଇଁ ଅଟୋ-ସେଟେଲମେଣ୍ଟ ସୀମା 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା EPFO ସଦସ୍ୟମାନଙ୍କୁ ବିଶେଷକରି ଜରୁରୀ ଆବଶ୍ୟକତା ସମୟରେ ପାଣ୍ଠିର ଶୀଘ୍ର ଉପଲବ୍ଧତା ପାଇବାକୁ ସକ୍ଷମ କରିବ ।

EPFO ଏହାର ଅଟୋ-ସେଟେଲମେଣ୍ଟ ସୀମା ଏକ ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହି ପଦକ୍ଷେପ କର୍ମଚାରୀମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଶୀଘ୍ର ପାଣ୍ଠି ପାଇବାକୁ ସକ୍ଷମ କରିବ, ତାହା ମଧ୍ୟ କୌଣସି ମାନୁଆଲ୍ ଯାଞ୍ଚ ବିନା। ପୂର୍ବରୁ ଏହି ସୁବିଧା କେବଳ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ଥିଲା, ଯାହାକୁ ମେ ୨୦୨୪ରେ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏବେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର କାର୍ଯ୍ୟନିର୍ବାହୀ କମିଟି (EC) ଏହି ସୀମାକୁ ଆହୁରି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି।

ଅଟୋ-ସେଟଲମେଣ୍ଟର ଅର୍ଥ ହେଉଛି ଆପଣଙ୍କ ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବା ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବ। ଅର୍ଥାତ୍, ଆପଣଙ୍କୁ ଇପିଏଫଓ ଅଫିସକୁ ଯିବାକୁ ପଡିବ ନାହିଁ, କିମ୍ବା କାଗଜପତ୍ର କାମ କରିବାକୁ ପଡିବ ନାହିଁ। ସିଷ୍ଟମ ସ୍ୱୟଂଚାଳିତ ଭାବରେ ଆପଣଙ୍କ ଦାବି ଯାଞ୍ଚ କରେ ଏବଂ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରେ।

Leave a Reply

Your email address will not be published. Required fields are marked *