ନ୍ୟୁଜ ଡେକ୍ସ : ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ଜଣକ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସୋମବାର ଏମସ ସମାବର୍ତ୍ତନ ଉତ୍ସବକୁ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମ ସାରି ବର୍ଣ୍ଣ ୟୁନିଟ ଯାଇ ପୀଡିତାଙ୍କୁ ଭେଟିଛନ୍ତି ।
ସୌମ୍ୟାଶ୍ରୀଙ୍କ ଅବସ୍ଥା ପଚାରି ବୁଝିବା ସାଙ୍ଗକୁ ଡାକ୍ତରଙ୍କ ସହ ଚିକିତ୍ସା ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ।ରାଷ୍ଟ୍ରପତି ଏକ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିବାବେଳେ ବର୍ଣ୍ଣ ୟୁନିଟିକୁ ଯାଇ ସୋମ୍ୟାଶ୍ରୀଙ୍କୁ ଭେଟିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଉପସ୍ଥିତ ଥିବା ଜଣାପଡ଼ିଛି ।
ଏଫଏମ କଲେଜର ନିଲମ୍ବିତ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଆଜି ପୋଲିସ ଗିରଫ କରିଛି । ସେପଟେ ଏଜୁକେଶନ ଡିପାର୍ଟମେଣ୍ଟ ଏଚଓଡି, ଯେ ସୌମ୍ୟାଶ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ତାଙ୍କୁ ମଧ୍ୟ ପୂର୍ବରୁ ପୋଲିସ ଗିରଫ କରିସାରିଛି ।
