ନ୍ୟୁଜ ଡେକ୍ସ : ଫକିର ମୋହନ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ସରକାରଙ୍କୁ ଉଭୟ କଂଗ୍ରେସ ଏବଂ ବିଜେଡିର ଟାର୍ଗେଟ୍। ଆତ୍ମହୁତି ଉଦ୍ୟମ କରିଥିବା ପୀଡ଼ିତା ଛାତ୍ରୀ ବର୍ତ୍ତମାନ AIIMSରେ ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍ରେ ଚାଲିଛି ଚିକିତ୍ସା। ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ତେଜିଛି ରାଜନିତୀ। ରାଜଧାନୀ ଭୁବନେଶ୍ୱରରେ ଉଭୟ ଛାତ୍ର କଂଗ୍ରେସ ଏବଂ ଛାତ୍ର ବିଜେଡି ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସରକାରୀ ବାସଭବନ ଘେରାଓ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀରୁ ଫେରି ବିମାନ ବନ୍ଦରରୁ ସିଧା AIIMS ଅଭିମୁଖେ ଯାଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କଡା ଆଭିମୁଖ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ମହିଳା କମିଶନ ମଧ୍ୟ ନିଜ ଆଡୁ ହସ୍ତକ୍ଷେପ କରି ବାଲେଶ୍ୱର ଘଟଣାର ଅନୁସନ୍ଧାନ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜି ପୋଲିସଙ୍କୁ ଚିଠି ଲେଖିଛନ୍ତି। ଛାତ୍ରୀଙ୍କ ଏଭଳି ଅବସ୍ଥା ପରେ ରାଜନୀତି ତେଜିବାରେ ଲାଗିଛି ।
ଆଜି ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଆନ୍ଦୋଳନ କରି ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି । ଠିକ ଢଙ୍ଗରେ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି, ମହିଳା କଂଗ୍ରେସ ଆସନ୍ତାକାଲି ବାଲେଶ୍ୱର ଏଫଏମ କଲେଜ ଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି । ଛାତ୍ରୀ କାହିଁକି ଆତ୍ମାହୁତି ଉଦ୍ୟମ କଲା, ସେଥିପାଇଁ ସେ ଆଗରୁ ସମସ୍ତଙ୍କୁ ଅବଗତ କରିଥିଲା ।ହେଲେ ଏହି ଘଟଣାକୁ କାହିଁକି ହାଲୁକା ଭାବେ ନିଆଗଲା ବୋଲି ଭକ୍ତ ଦାସ ପ୍ରଶ୍ନ କରିଛନ୍ତି । କଂଗ୍ରେସ ପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର ଓ ଯୁବ ବିଜେଡି । ବିଧାୟକ ବ୍ୟୋମକେଶ ରାୟ,ଦେବୀରଞ୍ଜନ ତ୍ରିପାଠୀ ଏବଂ ବିଜେଡିର କର୍ମକର୍ତ୍ତାମାନେ ଏଥିରେ ସାମିଲ ଥିଲେ ।
ଘେରାଉ କରାଯିବାରୁ ଶତାଧିକ ବିଜେଡି କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ମହିଳା କଂଗ୍ରେସ।ବାଲେଶ୍ୱର ଫକୀର ମୋହନ କଲେଜରେ ଘଟିଥିବା ଅଘଟଣ ରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା କଂଗ୍ରେସ।ଉକ୍ତ ଘଟଣାର ବାସ୍ତବତା ପରଖିବା ପାଇଁ ପିସିସି ପକ୍ଷରୁ ଏକ ମହିଳା ଅନୁଧ୍ୟାନ କମିଟି ଗଠନ କରାଯାଇଛି।

