ନ୍ୟୁଜ ଡେକ୍ସ :ବାଲେଶ୍ୱରର ଏଫଏମ (ସ୍ୱୟଂଶାସିତ) କଲେଜର ଜଣେ ଛାତ୍ରୀଙ୍କ ଆତ୍ମହୁତି ଘଟଣାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ପୁଣିଥରେ ମୁଁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି” ବୋଲି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ପୋଷ୍ଟ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାସ ମାସ ଧରି ସେ ଭୟ ଏବଂ ଯନ୍ତ୍ରଣାରେ ବଞ୍ଚି ରହିଥିଲେ ଛାତ୍ରୀ ଜଣକ। ଜୁଲାଇ ୧ ତାରିଖରେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିବା ସହ ସେ ସୋସିଆଲ ମିଡିଆରେ ତାଙ୍କର ଅଭିଯୋଗ ପୋଷ୍ଟ କରିଥିଲେ। ଏପରିକି ସେ ଅନେକ ଉଚ୍ଚ ପଦାଧିକାରୀଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ।
କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ପ୍ରିନ୍ସିପାଲଙ୍କ ଚାମ୍ବର ବାହାରେ ନିଜ ଯନ୍ତ୍ରଣାକୁ ବଖାଣିବାକୁ ଯାଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତେବେ ଏହି ଦୁଃଖଦ ଘଟଣା କଲେଜ ପ୍ରିନ୍ସିପାଲଙ୍କଠାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ସେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିଲେ। ଯାହା ନ୍ୟାୟ ପାଇବାର କଠୋର ବାସ୍ତବତାକୁ ପ୍ରକାଶ କରୁଛି।
