ନ୍ୟୁଜ ଡେକ୍ସ : ଆଜି ବାଲେଶ୍ୱର ଫକୀର ମୋହନ କଲେଜରେ ଏକ ବଡ଼ ଅଘଟଣ ଘଟିଛି। ଦେହରେ ନିଆଁ ଲଗାଇ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଛାତ୍ରୀଙ୍କୁ ପ୍ରଥମେ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱରରୁ କଟକ ସ୍ଥାନାନ୍ତର କରାଯାଇଥିଲା। ଛାତ୍ରୀ ଜଣଙ୍କ କଲେଜ ପରିସରରେ ଦେହରେ ନିଆଁ ଲଗାଇ ପ୍ରାଣହାରିବା ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଉଥିଲା।
ଏପଟେ ବାଲେଶ୍ୱର FM କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ HOD ସମୀର ସାହୁ ସସ୍ପେଣ୍ଡ ହୋଇଛନ୍ତି । ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଉଭୟଙ୍କୁ ସସ୍ପେଣ୍ଡ କଲେ ଉଚ୍ଚଶିକ୍ଷା ବିଭାଗ । କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଖବରମୁତାବକ, ଶନିବାର କଲେଜରେ ଛାତ୍ରୀ ଜଣକ ଧାରଣାରେ ବସିଥିଲେ । ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ।
ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଓ ପରେ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରୀ ହେଲେ ଇଣ୍ଟିଗ୍ରେଟଡ ବିଇଡିର ଦ୍ବିତୀୟ ବର୍ଷ ଛାତ୍ରୀ ବୋଲି ଜଣାପଡିଛି ।ଅଧ୍ୟାପକଙ୍କ ନାମରେ ଅଭିଯୋଗ ରହିଥିବାରୁ ସହଦେବଖୁଣ୍ଟା ପୋଲିସ ଅଭିଯୁକ୍ତଙ୍କୁ ଉଠାଇ ନେଇଛି ।
