ନ୍ୟୁଜ ଡେକ୍ସ: ଚାଇନାରେ ଆତଙ୍କ ଖେଳାଇଥିବା ଏଚଏମପିଭି ଆସାମରେ ପ୍ରବେଶ କରିଛି। ରାଜ୍ୟର ଜଣେ ୧୦ ମାସର ଶିଶୁ ଏହି ଭାଇରସରେ ସଂକ୍ରମଣ ହୋଇଛନ୍ତି। ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା। ଆସାମାରେ ଏହି ମାମଲାକୁ ମିଶାଇ ଏ ପର୍ଯ୍ୟନ୍ତ ଦେଶରେ ୧୫ ଜଣ ଆକ୍ରାନ୍ତ ହେଲେଣି । ଗୁଜରାଟରୁ ସର୍ବାଧିକ ୪ଟି ମାମଲା ରହିଛି ।
ଶୁକ୍ରବାର ରାଜସ୍ଥାନ ଓ ଗୁଜରାଟରେ ଗୋଟିଏ ଲେଖାଏଁ ଏଚ୍ଏମ୍ପିଭି ମାମଲା ସାମ୍ନାକୁ ଆସିଥିଲା । ରାଜସ୍ଥାନର ବାରାଁରେ ଏକ ୬ ମାସର ଶିଶୁ ସଂକ୍ରମିତ ହୋଇଥିବା ବେଳେ ଗୁଜରାଟର ଅହମ୍ମଦାବାଦରେ ୯ ମାସର ପିଲା ପଜିଟିଭ ଚିହ୍ନଟ ହୋଇଛି । ଏହା ପୂର୍ବରୁ ଗୁରୁବାର ୩ଟି ମାମଲା ଚିହ୍ନଟ ହୋଇଥିଲା । ଲକ୍ଷ୍ନୌରେ ୬୦ ବର୍ଷୀୟା ମହିଳା, ଅହମ୍ମଦାବାଦରେ ୮୦ ବର୍ଷୀୟ ବୃଦ୍ଧ ଏବଂ ହିମ୍ମତନଗରରେ ୭ ବର୍ଷୀୟ ନାବାଳକ ଆକ୍ରାନ୍ତ ହୋଇଥିଲେ । ତିନି ଜଣଙ୍କ ଚିକିତ୍ସା ଜାରି ରହିଛି । ମେଡିକାଲ କଲେଜର ସୁପରିନଟେଣ୍ଡେଣ୍ଟ ଡାକ୍ତର ଧ୍ରୁବଜ୍ୟୋତି ଭୂୟାଁ କହିଛନ୍ତି, ଥଣ୍ଡା ଜନିତ ଲକ୍ଷଣ ଥାଇ ଶିଶୁଟି ୪ ଦିନ ତଳେ ହସ୍ପିଟାଲକୁ ଆସିଥିଲା।
ଆମେ ତା’ର ନମୁନା ପରୀକ୍ଷା ପାଇଁ ପଠାଇଥିଲୁ। ଲାହୋୱାଲରେ ଥିବା ଆଇସିଏମଆର-ଆରଏମଆରସି ପକ୍ଷରୁ ଶିଶୁଟି ଏଚଏମପିଭିରେ ସଂକ୍ରାନ୍ତ ହୋଇଥିବା କୁହାଯାଇଛି।ଏହା ଏକ ରୁଟିନ ଚେକଅପ ଥିଲା। ଟେଷ୍ଟ ବେଳେ ଏଚଏମଭି ଦ୍ୱାରା ପିଲାଟି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପିଲାଟି ସ୍ଥିର ରହିଛି। ଏହା ଏକ ସାଧାରଣ ଭାଇରସ। ଆତଙ୍କିତ ହେବାର କୌଣସି ଆଣଙ୍କା ନାହିଁ ବୋଲି ଡାକ୍ତର ଭୂୟାଁ ସୂଚନା ଦେଇଛନ୍ତି।