Thu. Oct 23rd, 2025

ନ୍ୟୁଜ ଡେକ୍ସ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯାଞ୍ଚକୁ ନିଜ ହାତକୁ ନେଇଛି ଆଣ୍ଟି ଟେରର ବଡି, ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଦେଶ ପରେ ଏନଆଇଏ ଔପାଚାରିକ ଭାବେ ଯାଞ୍ଚ ଆରମ୍ଭ କରିଦେଇଛି । ପ୍ରାରମ୍ଭିକ ତଦନ୍ତରୁ ଯାଞ୍ଚ ଏଜେନ୍ସି ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି ।

ତେବେ ତଦନ୍ତକାରୀ ଦଳ ପ୍ରତ୍ୟକ୍ଷଦର୍ଶୀଙ୍କୁ ମିନିଟ୍‌ ବାଏ ମିନିଟ୍‌ ପଚରାଉଚରା କରୁଛି, ଯାହା ଘଟଣାର ସମୟରେ ଘଟିଥିବା ସମସ୍ତ ଘଟଣାକୁ ନିଖୁଣ ଭାବେ ବୁଝିବାରେ ସହାୟକ ହେବ । ପହଲଗାମ ଆକ୍ରମଣ, ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି, ସୁରକ୍ଷା ବାହିନୀ ଏବଂ ସରକାରଙ୍କ ପାଇଁ ଏକ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିଛି । NIA ଅଧିକାରୀମାନେ ଘଟଣାସ୍ଥଳରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିବା ସହ ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏଜେନ୍ସିର ଫୋରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରେ ପ୍ରମାଣ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି ।କ୍ୟାମେରାରେ ହୋଇଥିବା ଭିଡିଓ ରେକର୍ଡିଂ ଅନୁସାରେ, ୨ଜଣ ଆତଙ୍କୀ ଏକ ଦୋକାନ ପଛରେ ଲୁଚି ରହିଥିଲେ । ଏମାନେ ପ୍ରଥମେ ବାହାରକୁ ଆସି ପର୍ଯ୍ୟଟକଙ୍କୁ କମଲା ପଢ଼ିବାକୁ କହିଥିଲେ । ପରେ ୪ଜଣଙ୍କୁ ଗୁଳିମାଡ଼ କରିଥିଲେ ।

ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଫଳରେ ପହଲଗାମର ବୈସରଣ ଭ୍ୟାଲିରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକମାନେ ଏଣେ ତେଣେ ଧାଇଁବାକୁ ଲାଗିଥିଲେ । ଏହି ସମୟରେ ଅନ୍ୟ ଆତଙ୍କବାଦୀମାନେ ଜିପ୍ ଲାଇନରୁ ବାହାରକୁ ଆସି ଅଖିବୁଜା ଗୁଳିମାଡ଼ କରିଥିଲେ । ଆଣ୍ଟି ଟେରର ବଡିର ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ଏନଆଇଏ ଟିମ୍ ପ୍ରତ୍ୟକ୍ଷଦର୍ଶିଙ୍କୁ ପଚରାଉଚରା କରୁଛି । ବୈସରଣ ଘାଟିରେ ଏହି ହମଲାକୁ କାଶ୍ମୀରରେ ସବୁଠାରୁ ବଡ଼ ଆତଙ୍କବାଦୀ ହମଲା ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *