Fri. Feb 27th, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର OAS ସ୍ତରରେ ବଡ଼ ପରିମାଣର ଅଦଳବଦଳ କରିଛନ୍ତି। ଏଥିରେ ୬ ଜଣ ବରିଷ୍ଠ OAS ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି।ଡ. ଉଷାରାଣୀ ସାହୁଙ୍କୁ ପଞ୍ଚାୟତିରାଜ ଏବଂ ଗ୍ରାମୀଣ ବିକାଶ (PR & DW) ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ବରିଷ୍ଠ OAS ଅଧିକାରୀ ଲୋପାମୁଦ୍ରା ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି।ନାରାୟଣ ଚନ୍ଦ୍ର ଧଳଙ୍କୁ ଓଡ଼ିଶା ଖଣି ନିଗମ (OMC)ର ମୁଖ୍ୟ ସତର୍କତା ଅଧିକାରୀ (CVO) ଭାବେ ନିଯୁକ୍ତି ମିଳିଛି। ଦେବେନ୍ଦ୍ର କୁମାର ନନ୍ଦଙ୍କୁ SC/ST ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି।

ଏହାସହ ସୁକାନ୍ତ ମାଝୀଙ୍କୁ କେନ୍ଦୁଝର ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (DUDA)ର ପ୍ରକଳ୍ପ ନିର୍ଦ୍ଦେଶକ (PD) ଭାବେ ଦାୟିତ୍ୱ ମିଳିଥିବା ବେଳେ, ପ୍ରିୟବ୍ରତ ପାଢ଼ୀଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।ରାଜ୍ୟ ପ୍ରଶାସନୀୟ କାର୍ଯ୍ୟକଳାପକୁ ଅଧିକ ସକ୍ରିୟ ଓ ସୁଚାରୁ ଭାବେ ପରିଚାଳନା କରିବା ଉଦ୍ଦେଶ୍ୟରେ ଏହି ଅଦଳବଦଳ କରାଯାଇଥିବା ସରକାର ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *