ନ୍ୟୁଜ ଡେକ୍ସ: ଓପିଏସ୍ସି ଏବଂ ଓଏସଏସଏସସି ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଲେ, ଏହା ମୋ ବିଭାଗ ଅଧୀନରେ ଯାଉ ନାହିଁ । ଆଗରୁ ଓପିଏସସି କୁହନ୍ତୁ କିମ୍ବା ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଟିରେ ବହୁତ ଅବ୍ୟବସ୍ଥା ରହିଆସିଛି ।
ଏସଂକ୍ରାନ୍ତୀୟ ବିଲ୍ ବିଧାନସଭାରେ ଆଇନରେ ପରିଣତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।ସୂଚନାଯୋଗ୍ୟ ଯେ, ରବିବାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସଏସସି) ପକ୍ଷରୁ ୨୧ଟି ଏସଆଇ ଟ୍ରାଫିକ ପଦବି (ଗ୍ରୁପ୍ ବି), ୧୦ଟି ଏସଆଇ ଏକ୍ସାଇଜ୍ ପଦବି (ଗ୍ରୁପ୍ ସି) ପାଇଁ ମିଳିତ ଲିଖିତ ପରୀକ୍ଷା ଥିଲା । ହେଲେ ଏଥିରେ ଯେଉଁ ସବୁ ବିଷୟରେ ପ୍ରଶ୍ନ ଆସିବା କଥା ନଆସି ଅନ୍ୟ ବିଷୟରେ ପ୍ରଶ୍ନ ପଡ଼ିଥିଲା ।
ଯାହାକୁ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା ।ଏହାପରେ ପରୀକ୍ଷାର୍ଥୀମାନେ କହିଛନ୍ତି ଯେ, ପୂର୍ବରୁ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞାପନ ବାହାରିଥିଲା, ସେଥିରେ ଯେଉଁସବୁ ବିଷୟ ଉପରେ ପ୍ରଶ୍ନପତ୍ର ପଡ଼ିବ ବୋଲି ପାଠ୍ୟକ୍ରମ ଜରିଆରେ କୁହାଯାଇଥିଲା ତାହା ଆଜିର ପରୀକ୍ଷାରେ ଦେଖିବାକୁ ମିଳିନଥିଲା ।
