Sat. Feb 21st, 2026

ନ୍ୟୁଜ ଡେକ୍ସ : ଆସନ୍ତା ୧୭ ତାରିଖରେ ଝାରସୁଗୁଡ଼ାରେ ନିଯୁକ୍ତି ରାଲିର ଆୟୋଜନ ହେବାକୁ ଯାଉଛି। ଏହି ରାଲି ପୂର୍ବରୁ ଏକ ଦୁଃଖଦ ଖବର ଆସିଛି। ଅଭ୍ୟାସ ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତି ହେଲେ ଗୋବିନ୍ଦ କୋମଲ, ଯିଏକି ନେପାଳର ବାସିନ୍ଦା।ସୂଚନା ଅନୁସାରେ ଆସନ୍ତା ୧୭ ତାରିଖରେ ଝାରସୁଗୁଡ଼ାରେ ନିଯୁକ୍ତି ରାଲି ରହିଛି।ଏଥି ପାଇଁ ବହୁ ସଂଖ୍ୟାରେ ପ୍ରାର୍ଥୀମାନେ ଝାରସୁଗୁଡ଼ା ଆସିଛନ୍ତି ।

ଓଡ଼ିଶା ଷ୍ଟେଟ୍‌ ଆର୍ମ ପୁଲିସ (ଓଏସଏପି)ର ୨ୟ ବାଟାଲିୟନରେ ହେବାକୁ ଥିବା ଯବାନ ନିଯୁକ୍ତି ପ୍ରକ୍ରିୟାରେ ଯୋଗ ଦେଇଥାନ୍ତି ନେପାଳି ଯୁବକ ଜଣକ । କିନ୍ତୁ ଆଜି ରିଜର୍ଭ ପୁଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ହୃଦଘାତରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *