ନ୍ୟୁଜ ଡେକ୍ସ: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭୟ । ରାଜ୍ୟ ସରକାର ତାଙ୍କ ଇସ୍ତଫାକୁ ତୁରନ୍ତ ଗୃହୀତ କରିଛନ୍ତି । ଏହାସହ ଅବସରପ୍ରାପ୍ତ ଆଇଏଏସ୍ ସୁଧାକର ବୁର୍ଗୀଙ୍କୁ ଓଏସଏସସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରି ଏ ବାବଦରେ ସୂଚନା ଦିଆଯାଇଛି ।
ପରବର୍ତ୍ତୀ ନିର୍ଦେଶ ଯାଏ ସେ ଏହି ଦାୟିତ୍ୱରେ ରହିବେ । ନିକଟରେ OSSC ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଧାକର ବୁର୍ଗୀ । ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ସୁଧାକର ବୁର୍ଗିଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କ ନିଜସ୍ୱ ଦାୟିତ୍ୱ ସହିତ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଉଛି ।
ଆଇଏଏସ୍ ସୁଧାକରଙ୍କୁ ୫ ବର୍ଷ ପାଇଁ ଓଏସଏସିର ସଦସ୍ୟ ଭାବରେ ମନୋନୀତ କରାଯାଇଛି । ତାଙ୍କର ଦରମା, ଭତ୍ତା ଏବଂ ସେବା ସର୍ତ୍ତାବଳୀ ଓଏସଏସସି ନିୟମ, ୧୯୯୫ ଦ୍ୱାରା ନିୟନ୍ତ୍ରିତ ହେବ ବୋଲି ସୂଚନା ରହିଛି ।
