Thu. Oct 23rd, 2025

ନ୍ୟୁଜ ଡେକ୍ସ : ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (OTET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଓଡ଼ିଶା ପୋଲିସର କ୍ରାଇମ୍‌ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରସମିଟରେ ଏ ନେଇ ସୂଚନା ଦେଲେ କ୍ରାଇମବ୍ରଞ୍ଚ ଡିଜି ।

ଡାଟା ଏଣ୍ଟ୍ରି ଅପରେଟର ଜରିଆରେ ଲିକ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜୀତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ। କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଯେ, ଗିରଫ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ ।

ପରେ ରିମାଣ୍ଡରେ ଆଣି ତଦନ୍ତ କରାଯିବ ।ସୂଚନାଯୋଗ୍ୟ, ଗତ ୨୦ ତାରିଖ ଦିନ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ହେଲେ ପରୀକ୍ଷା ପୂର୍ବରୁ ବୋର୍ଡ ଏହାର ପ୍ରଶ୍ନପତ୍ର ଭାଇରାଲ ହେବା ପରେ ରାତି ଅଧିଆ ପରୀକ୍ଷାକୁ ସ୍ଥଗିତ ରଖିଥିଲା ।

Leave a Reply

Your email address will not be published. Required fields are marked *