Sat. Feb 21st, 2026

ନ୍ୟୁଜ ଡେକ୍ସ : ଜମି କିଣାବିକାରେ ଠକେଇକୁ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ନୂଆ ଜମି ପଟ୍ଟାରେ ଇଲେକ୍ଟ୍ରୋନିକ୍ ଯୁକ୍ତ QR କୋଡ୍ ରହିବ। ଏହି QR କୋଡ୍ ସ୍କାନ୍ କରିଲେ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜମିର ଖସଡା ଓ ଆଇନଗତ ସ୍ଥିତି ସହଜରେ ଦେଖାଯିବ।ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଡିଜିଟାଲ୍ ସୁରକ୍ଷା ସହିତ ନୂଆ ପଟ୍ଟା ପ୍ରଣାଳୀ ଆରମ୍ଭ ହେବ।

QR କୋଡ୍ ଭିତ୍ତିକ ଯାଞ୍ଚ ପ୍ରଣାଳୀ ଦ୍ୱାରା ଭୁଆଁ ଡକ୍ୟୁମେଣ୍ଟ, ଜାଲି ପଟ୍ଟା ଓ ମଧ୍ୟସ୍ଥ ଠକେଇ ଉପରେ ଲଗାମ ଲାଗିବ।ଜାଲିଆତି ଧରାପଡିଲେ ତୁରନ୍ତ ଆଲର୍ଟକୌଣସି ଠକାମୀ କିମ୍ବା ଭୁଲ ତଥ୍ୟ ଚିହ୍ନଟ ହେଲେ, ସଙ୍ଗେ ସଙ୍ଗେ ତହସିଲଦାର ଓ ଆରଆଇ (RI)ଙ୍କ ପାଖକୁ ଇଲେକ୍ଟ୍ରୋନିକ୍ ମେସେଜ୍ ଯିବ। ଏଥିରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଶୀଘ୍ର ହେବ, ଯାହାରୁ ସାଧାରଣ ଲୋକ ଓ କ୍ରେତା-ବିକ୍ରେତା ଉଭୟ ସୁରକ୍ଷିତ ରହିବେ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମ୍ପଦ ଓ ବିକାଶକୁ ପ୍ରାଥମିକତା ଦିଆଯାଉଛି।

ଅନ୍ୟ ରାଜ୍ୟର ସୀମାଭିତରେ ଅନଧିକୃତ ପ୍ରବେଶ ଓ ଅନିୟମିତ ଲେନଦେନ ଉପରେ ଏବେ ପୂର୍ବପରି ଛୁଟ ରହିବ ନାହିଁ। ଡିଜିଟାଲ୍ ପଟ୍ଟା ପ୍ରଣାଳୀ ଦ୍ୱାରା ସୀମା, ମାଲିକାନା ଓ ରେକର୍ଡର ସ୍ପଷ୍ଟତା ବଢ଼ିବ। QR କୋଡ୍ ସହ ନୂଆ ଜମି ପଟ୍ଟା ରୂପାୟଣ ହେଲେ, ଠକମାନଙ୍କ ପାଇଁ ରାସ୍ତା ବନ୍ଦ ହେବ ଓ ସାଧାରଣ ନାଗରିକଙ୍କ ପାଇଁ ଜମି କିଣାବିକା ହେବ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଓ ବିଶ୍ୱସନୀୟ।

Leave a Reply

Your email address will not be published. Required fields are marked *