Sat. Feb 21st, 2026

ନ୍ୟୁଜ ଡେସ୍କ: ଲୋକେ ଚା’ରୁ ନିଜ ଦିନ ଆରମ୍ଭ କରିଥାନ୍ତି । ଭାରତରେ ପ୍ରାୟ ସମସ୍ତଙ୍କର ଚା’ ପଇବାର ଅଭ୍ୟାସ ରହିଥାଏ । କିଛି ଜଣ ନିଜକୁ ଫ୍ରେସ ରଖିବା ପାଇଁ ଚା’ ପିଉଥିବା ବେଳେ ଆଉ କିଛି ଜଣଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ଯେଉଁମାନେ କି ସମୟ ନଦେଖି କେବଳ ଚା’ହିଁ ପିଇଥାଆନ୍ତି । ଚାହା ପିଇଲେ ଥକ୍କାପଣ ଏବଂ ଚାପ ଦୂର ହୋଇଥାଏ ।କିନ୍ତୁ ଆପଣ ଜାଣନ୍ତି କି, କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ଅନେକ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ହୋଇପାର। କ୍ଷୀରରେ ତିଆରି ଚା’ ପିଇବା ଦ୍ୱାରା ପେଟ ଫୁଲିବାର ସମସ୍ୟା ଦେଖାଦେଇପାରେ। ଚା’ରେ କଫିନ୍ ରହିଥାଏ, ଯାହା ପେଟର ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। ଏହା ଅମ୍ଳତା ସୃଷ୍ଟି କରି ପେଟକୁ ଫୁଲାଇଥାଏ।

ମୁଣ୍ଡବିନ୍ଧାର ସମସ୍ୟା: କ୍ଷୀରରେ ତିଆରି ଚା’ ଅଧିକ ପିଇବା ଦ୍ୱାରା ଡିହାଇଡ୍ରେସନ୍ ହୋଇଥାଏ, ଯାହା ମୁଣ୍ଡବିନ୍ଧାର ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ଆଖିରେ ଯନ୍ତ୍ରଣା ହୋଇପାରେ। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କ୍ଷୀର ତିଆରି ଚା’ ପିଇବାକୁ ବାରଣ କରନ୍ତି।

ରକ୍ତଚାପ ବଢିପାରେ: ଯଦି ଆପଣ କ୍ଷୀରରେ ପ୍ରସ୍ତୁତ ଚା’ ଅଧିକ ପିଉଛନ୍ତି, ତେବେ ଏହା ରକ୍ତଚାପକୁ ଅନିୟନ୍ତ୍ରିତ କରିପାରେ । ଯେଉଁ କାରଣରୁ ହୃଦୟର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ।

ଡିହାଇଡ୍ରେସନ୍: କେବଳ କଫିନ୍ ନୁହେଁ ଚା’ରେ ଥିଓଫିଲାଇନ୍ ମଧ୍ୟ ରହିଥାଏ । ଏହାକୁ ଅଧିକ ମାତ୍ରାରେ ଗ୍ରହଣ କରିବା ଦ୍ୱାରା ଡିହାଇଡ୍ରେସନ୍ ହୋଇଥାଏ। ଏହା ଭୟଙ୍କର କୋଷ୍ଠକାଠିନ୍ୟର କାରଣ ହେବା ସହ ଆହୁରି ଅନେକ ସମସ୍ୟା ସୃଷ୍ଟି କରିପାରେ।

ଯଦି ଆପଣ ପୂର୍ବରୁ ରକ୍ତଚାପ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ କ୍ଷୀର ତିଆରି ଚା’ଠାରୁ ଦୂରେଇ ରହିବା ଉଚିତ୍ । କ୍ଷୀରରେ ତିଆରି ଚା’ରେ ଅଧିକ କଫିନ ରହିଥାଏ, ଯାହା ଆପଣଙ୍କୁ ଶୋଇବାକୁ ଦେଇନଥାଏ । ଏହି କାରଣରୁ ଅନିଦ୍ରା ସମସ୍ୟା ଆରମ୍ଭ ହୋଇପାରେ। ଫଳରେ ପୁରା ଦିନ ନଷ୍ଟ ହୋଇପାରେ ଏବଂ ଶାରୀରିକ ତଥା ମାନସିକ ସମସ୍ୟା ଦେଖାଦେଇପାରେ ।

Leave a Reply

Your email address will not be published. Required fields are marked *