ନ୍ୟୁଜ ଡେସ୍କ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିବା କ୍ରିକେଟରଙ୍କୁ ମିଳିବ ମ୍ୟାଚ୍ ଫି’।
କ୍ରିକେଟରମାନେ ଫ୍ରାଞ୍ଚାଇଜଙ୍କ ଠାରୁ ପାଇବାକୁ ଥିବା ଚୁକ୍ତି ଅର୍ଥ ବ୍ୟତୀତ ସେମାନଙ୍କୁ ମ୍ୟାଚ୍ ଫି’ ବାବଦରେ ମଧ୍ୟ ଅତିରିକ୍ତ ଟଙ୍କା ମିଳିବ। ଜଣେ ଖେଳାଳି ପ୍ରତି ମ୍ୟାଚ୍ ପିଛା ଅତିରିକ୍ତ ୭.୫ ଲକ୍ଷ ଟଙ୍କା ଫି’ ଆକାରରେ ପାଇବେ। ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି।
ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସିଜନ ପାଇଁ ମ୍ୟାଚ୍ ଫି ଭାବରେ ୧୨.୬୦କୋଟି ଟଙ୍କା ଆବଣ୍ଟନ କରିବ। ତେବେ ଆଇପିଏଲ୍ ଏବଂ ଆମର ଖେଳାଳି ଙ୍କ ପାଇଁ ଏହା ଏକ ନୂଆ ଯୁଗ ବୋଲି କହିଛନ୍ତି ଜୟ ଶାହା।
