Mon. Dec 23rd, 2024

ନ୍ୟୁଜ ଡେକ୍ସ: ଅସତ୍ୟ ଉପରେ ସତ୍ୟର ଜୟ କରିବାକୁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦୁର୍ଗେତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା’ ଦୁର୍ଗା । ଆଜି ଆଶ୍ୱୀନ ଶୁକ୍ଳପକ୍ଷରେ ଶାରଦୀୟ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ନଅ ଦିନ ଧରି ହେବା ଥିବା ଏହି ପୂଜାରେ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ ।

ନାବରାତ୍ରର ପ୍ରଥମ ଦିନରେ ମା’ଙ୍କୁ ‘ଶୈଳପୁତ୍ରୀ’ ଭାବରେ ପୂଜା କରାଯାଏ । ମା’ ପର୍ବତରାଜ ହିମାଳୟଙ୍କ ପୁତ୍ରୀ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ । ପୌରାଣିକ କିମ୍ବଦନ୍ତୀ ଅନୁସାରେ ପୂର୍ବ ଜନ୍ମରେ ମା’ ସତୀ ନାମରେ ପରିଚିତ ଥିଲେ ଏବଂ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅପମାନିତ କରିଥିଲେ । ସେଥିପାଇଁ ସତୀ ଯଜ୍ଞ ଅଗ୍ନିରେ ନିଜକୁ ଭଷ୍ମ କରିଦେଇଥିଲେ। ପରବର୍ତ୍ତୀ ଜନ୍ମରେ, ଏହି ସତୀ ଶୈଳପୁତ୍ରୀ ହୋଇ ଜନ୍ମ ନେଇଥିଲେ ଓ ଭଗବାନ ଶିବଙ୍କୁ ବିବାହ କରିଥିଲେ ।

ଏହି ସ୍ୱରୂପରେ ମା’ ବୃଷଭ ପିଠିରେ ବିରାଜମାନ କରିଥାନ୍ତି । ତେଣୁ ମା’ ଙ୍କୁ ବୃଷାରୁଢା ନାମରେ ମଧ୍ୟ ଆବାହନ କରାଯାଏ । ମା’ଡାହାଣ ହସ୍ତରେ ତ୍ରିଶୂଳ ଏବଂ ବାମ ହସ୍ତରେ କମଳ ପୁଷ୍ପ ସହିତ ମସ୍ତକରେ ଅର୍ଦ୍ଧଚନ୍ଦ୍ରଶୋଭା ପାଇଥାଏ । ମାତା ଶୈଳପୁତ୍ରୀଙ୍କ ପୂଜା ଉପାସନା କଲେ ସୂର୍ଯ୍ୟ ମହାଗ୍ରହଙ୍କ ଦୋଷ ସମସ୍ୟା ଦୂର ହୋଇଥାଏ । ମାଆଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ କଲେ ସୂର୍ଯ୍ୟ ମହାଗ୍ରହ ଆର୍ଶିବାଦ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ ।

Leave a Reply

Your email address will not be published. Required fields are marked *