Fri. Apr 17th, 2026

ନ୍ୟୁଜ ଡେକ୍ସ : ଇଣ୍ଟରନେଟର ଅନେକ ସକାରାତ୍ମକ ପାଟି ଥିବା ସତ୍ତ୍ୱେ, ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ୱାରା ପାଠପଢିବା କ୍ଷମତା କମିଯାଉଥିବା ଏକ ନୂତନ ପରୀକ୍ଷଣରୁ ପ୍ରକାଶ ପାଇଛି।ଗବେଷଣା ଅନୁଯାୟୀ, ଅଧିକ ସମୟ ଇଣ୍ଟରନେଟ ବ୍ୟବହାର କରୁଥିବା ଛାତ୍ରଛାତ୍ରୀମାନେ କେବଳ ପାଠପଢାରେ ଦୁର୍ବଳ ହେଉନାହାନ୍ତି, ବରଂ ପରୀକ୍ଷାକୁ ନେଇ ଅଧିକ ଉତ୍କଣ୍ଠା ଓ ଭୟରେ ମଧ୍ୟ ରହୁଛନ୍ତି।

ଏହା ସହ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆପଣ ସୃଷ୍ଟି କରୁଥିବା ଜଣାପଡ଼ିଛି, ଯାହା ସେମାନଙ୍କର ସାମାଜିକ ଜୀବନ ଉପରେ ମନ୍ଦ ପ୍ରଭାବ ପକାଉଛି।ୟୁକେର ସ୍ୱାନ୍ସି ବିଶ୍ୱବିଦ୍ୟାଳୟର ଗବେଷକ ଫିଲ୍ ରିଡ୍‌ଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରେ ବିଭିନ୍ନ ସ୍ୱାସ୍ଥ୍ୟଗତ ପାଠ୍ୟକ୍ରମରେ ନାମଲେଖାଇଥିବା ୨୮୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଧ୍ୟୟନରେ ଦେଖାଯାଇଥିଲା ଯେ, ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀମାନେ ପାଠପଢାରେ ଅଧିକ ଦୁର୍ବଳ ଥିଲେ ଏବଂ ଆଗାମୀ ପରୀକ୍ଷାକୁ ନେଇ ସଦା ଉତ୍କଣ୍ଠିତ ରହୁଥିଲେ।

ଗବେଷକମାନେ କହିଛନ୍ତି ଯେ, ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଏକୁଟିଆପଣର ମୁଖ୍ୟ କାରଣ ହେବା ସହ ପାଠପଢାରେ ମନୋନିବେଶକୁ ମଧ୍ୟ ବାଧା ଦେଉଛି। ତେଣୁ ଛାତ୍ରଛାତ୍ରୀମାନେ ସମୟ ମାନି ଇଣ୍ଟରନେଟ ବ୍ୟବହାର କରିବା ଓ ପାଠପଢା ସହ ସାମାଜିକ କାର୍ଯ୍ୟକଳାପକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଗବେଷକମାନେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *