ନ୍ୟୁଜ ଡେକ୍ସ: ବିଶ୍ୱର ବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅବିଶ୍ୱସନୀୟ ପ୍ରଦର୍ଶନ ସହ ଶୁକ୍ରବାର ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ଏଚ୍ଆଇଏଲର ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ହେଉ ହେଉ ୧୩ ହଜାରରୁ ଊଦ୍ଧ୍ୱର୍ ଦର୍ଶକଙ୍କ ଉପସ୍ଥିତି ଷ୍ଟାଡିୟମର ପରିବେଶକୁ ବେଶ ସରଗରମ କରିଥିଲା ।
ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ରାତି ୮ଟା୧୫ ମିନିଟରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଅପରାହ୍ନ ୫ଟା୪୫ରେ ୩ୟ ସ୍ଥାନ ପାଇଁ ଫାଇଟ୍ କରିବେ ଓଡିଆ ପୁଅ ଅମିତ ରୋହିଦାସଙ୍କ ଦଳ ତାମିଲନାଡ଼ୁ ଡ୍ରାଗନ୍ସ ଓ ସୁରମା ହକି କ୍ଲବ । ଫାଇନାଲ ମ୍ୟାଚ ପୂର୍ବରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଫାଇନାଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ରହିଛନ୍ତି । ଗତ ଶୁକ୍ରବାର ଦିନ ଖେଳାଯାଇଥିବା ପ୍ରଥମ ସେମିରେ ବେଙ୍ଗଲ ସୁଟ୍ ଆଉଟ୍ ରେ ୬-୫ ଗୋଲରେ ତାମିଲନାଡୁ ଡ୍ରାଗନ୍ସକୁ ହରାଇଥିଲା । ସେହିପରୁ ୨ୟସେମିରେ ତୁଫାନ୍ସ ୩-୧ଗୋଲରେ ସୁରମା ହକି କ୍ଲବକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଛି ।
