Sat. Feb 21st, 2026

ନ୍ୟୁଜ ଡେସ୍କ: ଚଳିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ରବିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୩୧ ରନ୍ରେ ହରାଇଥିଲା । ମାତ୍ର ଭାରତ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଠାରୁ ୫୮ ରନ୍ରେ ପରାଜିତ ହୋଇଛି ।

ତେଣୁ ହର୍ମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। କାରଣ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ୫୮ ରନରେ ପରାସ୍ତ ହୋଇ ରନ୍ ରେଟରେ ପଛରେ ରହିଯାଇଛି ଟିମ୍ ଇଣ୍ଡିଆ। ତେଣୁ ହରମନପ୍ରୀତ କୌରଙ୍କ ବାହିନୀକୁ ପାକିସ୍ତାନକୁ ହରାଇ ସମ୍ମାନ ରକ୍ଷା କରିବା ସହ ସ୍ଥିତି ମଜବୁତ କରିବାକୁ ପଡ଼ିବ।ନ୍ୟୁଜିଲାଣ୍ଡଠୁ ବଡ଼ ବ୍ୟବଧାନରେ ହାରିବା ପରେ ଭାରତ ଗ୍ରୁପ୍-ଏର ଚତୁର୍ଥ ସ୍ଥାନରେ ଥିବାବେଳେ ରନ୍ ରେଟ୍-2.90 ରହିଛି।

ଏଥିପାଇଁ ଭାରତକୁ ଆଜିର ମ୍ୟାଚ୍ ସହ ଆଗକୁ ଥିବା ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ। ସେପଟେ ପାକିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ଦୃଢ ସ୍ଥିତିରେ ରହିଛି। ପାକିସ୍ତାନର ମନୋବଳ ଦୃଢ ଥିବାରୁ ଆଜିର ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *